ମାଆକୁ ମାଡ ମାରି ପୁଅ ଫେରାର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଧନିଓଝା ଗ୍ରାମର ଜଣେ ମାଆକୁ ପୁଅ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୦ ତାରିଖରେ ସ୍ୱର୍ଗତ ବ୍ରଜ କିଶୋର ପଣ୍ଡାଙ୍କ ସାନ ପୁଅ ସୂର୍ଯ୍ୟକାନ୍ତ ମଦ୍ୟପାନ କରି ଘରକୁ ଆସି ନିଜ ସ୍ତ୍ରୀକୁ ଗାଳିଗୁଲଜ କରିବା ସହିତ ମାଡ ମାରିଥିଲେ । ଏଥିରେ ମାଆ ଉର୍ମିଳା ପଣ୍ଡା(୬୦) ପ୍ରତିବାଦ କରିବାକୁ ତାଙ୍କ ତଣ୍ଟି ଚିପି ମାରିଦେବାକୁ ସୂର୍ଯ୍ୟକାନ୍ତ ଉଦ୍ୟମ କରିଥିଲେ । ଘଟଣାସ୍ଥଳରେ ପରିବାର ଓ ପଡୋଶୀ ମାନେ ପହଂଚି ମାଆଙ୍କୁ ରକ୍ଷା କରିଥିଲେ । ପରେ ଘର ଭିତରୁ ଏକ କତା ଆଣି ମାଆଙ୍କୁ ଆକ୍ରମଣ କରିଥିଲା । ଉପସ୍ଥିତ ଲୋକେ ତାଙ୍କୁ କାବୁ କରିନେଇଥିଲେ । ଏନେଇ ଗୁରବାର ଉର୍ମିଳା ପଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୧୧୭/୨୦ ମୂଳେ ଏକ ମାମଲା ରୁ୍ଜ୍ଜୁ କରିଛି । ଅଭିଯୁକ୍ତ ଫେରାର ଥିବା ପୋଲିସ କହିଛି ।