ମାଆଙ୍କ ଚୁମ୍ବନ ନେଲା ଶିଶୁର ଚୁମ୍ବନ

ଆମେରିକା: ମାଆମାନେ ଶିଶୁର ଶୁଭ ମନାସୀ ଚୁମ୍ବନ ଦେବା ଏକ ପ୍ରକୃତିଗତ ଗୁଣ। କେବଳ ମଣିଷ ନୁହେଁ, ପଶୁପକ୍ଷୀଠାରେ ଏହା ଦେଖାଦିଏ। ମାତ୍ର ଏହା କେତେ କ୍ଷତିକାରକ ତାହା ସାମ୍ନାକୁ ଆସିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଆମେରିକାର ମେଡିକାଲ ସାଇନ୍ସ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରୁ ପ୍ରକାଶ ଯେ, ଜଣେ ମାଆ ୮ ଦିନର ସନ୍ତାନକୁ ଚୁମ୍ବନ ଦେବାରୁ ଶିଶୁଟିର ମୁତ୍ୟୁ ଘଟିଛି। ସମସ୍ତେ ଜାଣିଛନ୍ତି ନବଜାତକମାନେ କେତେ ସେନ୍‌ସିଟିଭ୍‌। ତାଙ୍କର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଜରୁରୀ। କିନ୍ତୁ ସାମାନ୍ୟ ଅବହେଳା ଯୋଗୁ ଏହା ଘାତକ ସାଜିପାରେ ବୋଲି ସ୍ପଷ୍ଟ ଜଣାପଡ଼ିଛି। ଆମେରିକାର ୧୯ ବର୍ଷୀୟା ଏବିଗେଲ୍‌ ଏକ ସୁସ୍ଥ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ୮ ଦିନ ପରେ ଏହି ଶିଶୁକନ୍ୟାଟିର ମୃତ୍ୟୁ ଘଟିଛି। ଡାକ୍ତର ପରୀକ୍ଷା ନିରୀକ୍ଷା କରିବାରୁ ଶିଶୁକନ୍ୟାକୁ ଏଚ୍‌ଏସ୍‌ଭି-୧ ଏକ ଭାଇରାସ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ କହିବା ଅନୁସାରେ, ଏହା ଛୁଇଁବା ବା ଚୁମ୍ବନ ଦେବାରୁ ହୋଇଥାଏ। ଏହି ଭାଇରସ ହାଡ଼ ଭିତରେ ଲୁଚି ରହିଥାଏ। ଧୀରେ ଧୀରେ ମସ୍ତିଷ୍କରେ ପ୍ରବେଶ କରିଥାଏ। ପରେ ଜୀବନ ନେଇଯାଇଥାଏ। ଯାହା ଏହି ଶିଶୁକନ୍ୟା କ୍ଷେତ୍ରରେ ଘଟିଛି। ଅନ୍ୟପକ୍ଷରେ ଡାକ୍ତରଙ୍କ କଥାକୁ ସ୍ବୀକାର କରିଛନ୍ତି ଏବିଗେଲ୍‌। ସେ କହିଛନ୍ତି, ଝିଅକୁ ଚୁମ୍ବନ ଦେଇଥିଲେ। ଯେଉଁଥିପାଇଁ ସେ ଝିଅକୁ ସବୁଦିନ ପାଇଁ ହରାଇ ବସିଲେ। ଡାକ୍ତରଙ୍କ କହିବା ଅନୁସାରେ ନବଜାତକଙ୍କୁ ଛୁଇଁବାକୁ ବା ଧରିବାକୁ ଚାହୁଁଥିଲେ ପ୍ରଥମେ ଭଲ ଭାବେ ହାତ ଧୋଇବା ଆବଶ୍ୟକ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ