ମାଆଙ୍କ ପାଇଁ ଔଷଧ ଆଣିବାକୁ ଆସିଥିଲେ ମହିଳା : ଗୁଳି କରି ହତ୍ୟା କଲେ ରୁଷ ସୈନିକ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) :-ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୮ ଦିନରେ ଜାରି ରହିଛି । କେହି ବି ପଛକୁ ହଟିବାକୁ ରାଜି ନୁହନ୍ତି । ରୁଷ କିଭ୍ ଦଖଲ ପାଇଁ ଗୁଳିଗୋଳା ବର୍ଷା କରୁଛି। ଏଥିରେ ଅନେକ ନିରୀହ ନାଗରକ ବି ପ୍ରାଣ ହରାଇଲେଣି । ଏହିପରି ଏକ ଘଟଣା କିଭର ନିକଟବର୍ତ୍ତୀ ଏକ ଗାଁରୁ ଆସିଛି । ନିଜ ମାଆଙ୍କ ଔଷଧ ଆଣିବାକୁ ଯାଇଥିବା ମହିଳାଙ୍କୁ ରୁଷ ସୈନିକ ଟ୍ୟାଙ୍କରେ ଫାୟରିଂ କରି ହତ୍ୟା କରିଛନ୍ତି । ଏହାସହ ମହିଳାଙ୍କ ମାଆ ଏବଂ ଗାଡି ଡ୍ରାଇଭରଙ୍କ ମଧ୍ୟ ରୁଷ ଗୁଳିରେ ମୃତ୍ୟୁ ହୋଇଛି । ବେଲେରିଆ ମାସ୍କେଟସ୍କା ନାମକ ଏହି ମହିଳା ଜଣଙ୍କ USAID ପାର୍ଟନର ଅର୍ଗନାଇଜେସନରେ କରୁଥିଲେ। ରିପୋର୍ଟ ଅନୁସାରେ କିଭ୍ ନିକଟ ଏକ ଗାଁରେ ତାଙ୍କ ମାଆ ଏବଂ ଡ୍ରାଇଭର ସହ ତାଙ୍କୁ ହତ୍ୟା କରାଯାଇଛି । ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ବେଲେରିଆ ରୁଷ ସୈନିକ ଘେରବାନ୍ଦୀ କରିଥିବା ଅଞ୍ଚଳରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କିଭରେ ରହିବା ପାଇଁ ସ୍ଥିର କରିଥିଲେ । କିନ୍ତୁ ମାଆଙ୍କ ଔଷଧ ଶେଷ ହେବା ପରେ ସେଠାରେ ପହଞ୍ଚି ମାଆଙ୍କୁ ଔଷଧ ଦେବାକୁ ବାହାରିଥିଲେ । କିନ୍ତୁ ରୁଷର ଟ୍ୟାଙ୍କ ବେଲେରିଆ ତାଙ୍କ ମାଆ ଇରୀନା ଏବଂ ଡ୍ରାଇଭର ୟାରୋଲ୍ସାବଙ୍କୁ ଗୁଳି କରି ହତ୍ୟା କରିଛି । ୟୁଏସଏଆଇଡିର ପ୍ରଶାସକ ସମନ୍ଥା ପାୱାର ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ‘ଭେଲେରିଆଙ୍କ ୩୨ ତମ ଜନ୍ମ ଦିନ ପୂର୍ବରୁ ରୁଷ ସେନା ତାଙ୍କୁ ମାରିଦେଇଛି। ମୁଁ ଭେଲେରିଆଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ। ୟୁକ୍ରେନକୁ ନେଇ ସେ ଗର୍ବିତ ଥିଲେ’।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ