ମାଆ ଓ ପୁଅ କୁ ଗଭୀର କୂପ ରୁ ଉଦ୍ଧାର କରିଲେ ଅଗ୍ନିଶମ ବିଭାଗ
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଡ଼ାପଦର ଗ୍ରାମ ପଂଚାୟତ ର କୁମରବେଗପଲ୍ଲୀ ଗ୍ରାମର ଏକ ୭୫ ବର୍ଷର ବୁଢ଼ୀ ମା” ଏବଂ ତାଙ୍କରି ୫୨ ବର୍ଷର ପୁତ୍ରକୁ ଛତ୍ରପୁର ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆଜି ୪୦ଫୁଟ ଗଭୀର ଗୋଟିଏ କୂପରୁ ଉଦ୍ଧାର କରିଛନ୍ତି କ୍ଷ ସୂଚନାଯୋଗ୍ୟ ଯେ, କୁମାରବେଗପଲ୍ଲୀ ଗ୍ରାମର ଅନ୍ନପୂର୍ଣ୍ଣକ୍ଷ ଗୌଡ଼ ନିଜ ବାରିପଟେ ଥିବା କୂପ ଉପରେ ବସିଥିଲେ କୌଣସି କାରଣରୁ ତାଙ୍କରି ମୁଣ୍ଡ ବୁଲାଇବାରୁ କୂଅ ଭିତରେ ପଡିଯାଇଥିଲେ | ବୁଢ଼ୀ ମା”କୁ ଉଦ୍ଧାର କରିବାକୁ ପୁଅ ତିରୁପତି କୂଅ ଭିତରକୁ ଡେଇଁ ପଡ଼ିଥିଲେ | ଗଭୀର କୂଅ ଭିତରେ ବୁଢ଼ୀ ମା”କୁ ବୁଡିବା ପୂର୍ବରୁ ପୁଅ ବଞ୍ଚାଇ ଥିବାବେଳେ ମାଆକୁ କୂଅ ଭିତରୁ ବାହାରୁ ଆଣିବା ସମ୍ଭବ ହୋଇ ପାରୁନଥିଲା | ଏତିକି ବେଳେ ସୂଚନା ପାଇ ଗ୍ରାମରେ ଛତ୍ରପୁର ଅଗ୍ନିଶମ ବାହିନୀ କର୍ମଚାରୀମାନେ ଉଦ୍ଧାର ପାଇଁ ପହଂଚିଥିଲେ ,ଦୀର୍ଘ ୩୦ ରୁ ୩୫ ମିନିଟ ଧରି କର୍ମଚାରୀମାନେ ସଂଘର୍ଷ କରି ପ୍ରଥମେ ବୁଢ଼ୀ ମା” ଏବଂ ପୁଅକୁ ଉଦ୍ଧାର କରିବାରେ ସଫଳ ହୋଇପାରିଥିଲେ | ଛତ୍ରପୁର ଅଗ୍ନିଶମ ବାହିନୀର ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ନିର୍ଦେଶ କ୍ରମେ ଲିଡ଼ିଙ୍ଗ ଫାୟାର ମ୍ୟାନ ଅଭିରାମ ନାୟକଙ୍କ ନେତୃତ୍ୱରେ ଏହି ଉଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିଲା | ଅନ୍ୟମାନଙ୍କ ମଧ୍ୟରେ କାହ୍ନୁ ଶ୍ରୀଚନ୍ଦନ ପରିଡା, ରାକେଶ ମାନସିଂ, ତପନ ବେହେରା, ଜଗନ୍ନାଥ ଦାସ, କିଶୋର ମାଝୀ ପ୍ରମୁଖ କର୍ମଚାରୀ ସାମିଲ ହୋଇଥିଲେ କ୍ଷ ଅଗ୍ନିଶମ ବିଭାଗ ର ଏପରି କାର୍ଯ୍ୟ ସବୁ ମହଲରେ ପ୍ରଂଶସା କରାଯାଇଛି |