ମାଆ କିଚକେଶ୍ବରୀଙ୍କ ଦୁର୍ଲଭ ସୁନାବେଶ ପ୍ରସ୍ତୁତି ବୈଠକ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ସୋମବାର ଦିନ ୩ ଘଟିକା ସମୟରେ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ଙ୍କ ଦୁର୍ଲଭ ସୁନାବେଶ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିଛା ଅଜୟ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ତଥା ପାଞ୍ଚପିଢ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ,ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଶୁକୃଳି ତହସିଲଦାର ଯତୀନ୍ଦ୍ରନାଥ ସେଠୀ, ଖିଚିଂ ସରପଞ୍ଚ ଅଙ୍କିତା ବେହେରା, ରରୁଆଁ ଥାନା ଅଧିକାରୀ ସୁମନ୍ତ ସେଠୀ,ପୂଜକ ଦିଲ୍ଲୀପ ପାଣିଗ୍ରାହୀ, ଧବଳ ପାଣିଗ୍ରାହୀ,ଶୁକୃଳି ବିଡ଼ିଓଙ୍କ ପ୍ରତିନିଧି ଭାବେ ସହକାରୀ ଯନ୍ତ୍ରୀ ଦଶରଥ ମହାନ୍ତ, ସମାଜସେବୀ ହିମାଂଶୁ ଶେଖର ନାଏକ, ଅଗ୍ନିଶମ ଅଧିକାରୀ, ଶୁକୃଳି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ, ସମାଜସେବୀ ଅନୁଷ୍ଠାନ ଭରସା ପରିବାରର ପ୍ରତିନିଧି ବୃନ୍ଦ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଧିରେନ ଭୋଇ, କରଞ୍ଜିଆ ପ୍ରେସ କ୍ଲବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା, ସାମ୍ବାଦିକ ସରୋଜ ବେହେରା, ଜିତେନ୍ଦ୍ର ରାଜ, ତନ୍ମୟ ଦାସ,ଦୀନେଶ ଦାସ, ବିଜୟ ଗିରି ପ୍ରମୁଖ ଙ୍କ ସହିତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ବୈଠକରେ ନିଷ୍ପତି ଅନୁଯାୟୀ ମାଆଙ୍କ ଦୁର୍ଲଭ ସୁନାବେଶ ଆଗାମୀ ନଭେମ୍ବର ୧୫ ତାରିଖ କାର୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହେବ ଭକ୍ତଙ୍କ ନିମନ୍ତେ ସକାଳ ୭ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ସୁନାବେଶ ଦର୍ଶନର ବ୍ୟବସ୍ଥା ଖୋଲା ରହିବ ସୁନାବେଶ ଦେଖିବାକୁ ସିଙ୍ଗଡ଼ା ଓ ରରୁଆଁ ପଟୁ ଖିଚିଂ ଆସିବାକୁ ଥିବା ଗାଡି ପାର୍କିଂ ନିମନ୍ତେ କୁସେଇତୁଣ୍ଡି ମନ୍ଦିର ନିକଟ ପଡିଆ ଓ କଲେଜ ପଡିଆ କୁ ନିର୍ଧାରଣ କରାଯାଇଥିବା ବେଳେ ଚଢେଇଭୋଳ ପଟୁ ଆସୁଥିବା ଗାଡିଗୁଡିକ ଆଦର୍ଶ ବିଦ୍ୟାଳୟ ନିକଟରେ ପାର୍କିଂ ବ୍ୟବସ୍ଥା କରାଯାଇଛି ଦର୍ଶନକୁ ବ୍ୟବସ୍ଥିତ କରିବାକୁ ସମାଜସେବୀ ଅନୁଷ୍ଠାନ ଭରସା ପରିବାର, ଡ୍ରାଇଭର ମହାସଂଘ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ସମାଜସେବୀଙ୍କୁ ନିୟୋଜିତ କରିବାକୁ ନିଷ୍ପତି ନିଆଯାଇଥିଲାସୁନାବେଶ ଦର୍ଶନ ନିମନ୍ତେ ଆସିଥିବା ଭକ୍ତ ମୁଖ୍ୟଦ୍ୱାରରେ ପ୍ରବେଶ କରି ମାଆଙ୍କ ସୁନାବେଶ ଦର୍ଶନ ପରେ ମ୍ୟୁଜିୟମ ପଛ ପଟେ ପ୍ରସ୍ଥାନ କରିବେ ବୋଲି ନିଷ୍ପତି ନିଆଗଲା ପୂର୍ବବର୍ଷ ଭଳି ମନ୍ଦିରକୁ ସୁନ୍ଦର ଭାବେ ଫୁଲରେ ସାଜଶଯ୍ୟା ନିମନ୍ତେ ନିଷ୍ପତି ସହିତ ଅସ୍ଥାୟୀ ଫାଣ୍ଡି, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ