ମାଆ କିଚକେଶ୍ବରୀ ଙ୍କ ଦୁର୍ଲଭ ସୁନାବେଶ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀ ଙ୍କ କାର୍ତିକ ପୂର୍ଣ୍ଣିମା ରେ ହେବାକୁ ଯାଉଥିବା ଦୁର୍ଲଭ ସୁନା ବେଶ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରଞ୍ଜିଆ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ରାଜସ୍ବ ଅଧିକାରୀ ନିହାର ରଞ୍ଜନ ସେଠୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ପ୍ରଥମେ ମନ୍ଦିର ପରିଛା ଅଜୟ କୁମାର ସାହୁ ବିଗତ ୨o୧୯ ବର୍ଷ ର ବିବରଣୀ ପାଠ କରିଥିଲେ। ଦୀର୍ଘ ୨ ବର୍ଷ କରନା କଟକଣା ଓ ବିଗତ ବର୍ଷ କାର୍ତିକ ପୁର୍ଣିମା ରେ ଗ୍ରହଣ ପଡିଥିବାରୁ ତିନିବର୍ଷ ହେବ ମାଆଙ୍କ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇପାରିନଥିଲା।ବୈଠକ ରେ ଏବର୍ଷ ମନ୍ଦିର କୁ ଫୁଲ ରେ ସଜାଇବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମାଆଙ୍କ ସୁନାବେଶ ସକାଳ ୭ ଘଟିକା ଠାରୁ ଦିବା ୩ ଘଟିକା ପର୍ଯ୍ୟନ୍ତ ଭକ୍ତ ଙ୍କ ଦର୍ଶନ ନିମନ୍ତେ ଖୋଲା ରହିବ। ଭକ୍ତ ମାନେ ମୁଖ୍ୟ ଦ୍ୱାର ଦେଇ ପ୍ରବେଶ କରି ମାଆଙ୍କ ସୁନାବେଶ ଦର୍ଶନ କରି ସଂଗ୍ରହାଳୟ ପଟେ ପ୍ରସ୍ଥାନ କରିବେ ଟ୍ରାଫିକ ନିୟନ୍ତ୍ରଣ ନିମନ୍ତେ ସିଙ୍ଗଡ଼ା ପଟୁ ଆସୁଥିବା ବଡ଼ ଗାଡି ଗୁଡିକ ଖିଚିଂ ମହାବିଦ୍ୟାଳୟ ପଡିଆ ଓ ଛୋଟ ଚାରିଚକିଆ ଗାଡି ଗୁଡିକ ଖିଚିଂ ମେଳା ପଡିଆ ରେ ପାର୍କିଂ ନିମନ୍ତେ ସ୍ଥିର କରାଯାଇଥିବାବେଳେ ଚଢେଇଭୋଳ ପଟୁ ଆସୁଥିବା ଗାଡି ଗୁଡିକ ହାଟ ପଡିଆ ରେ ପାର୍କିଂ କରିବାକୁ ସ୍ଥିର ହୋଇଥିଲା। ଭକ୍ତ ଙ୍କ ଭିଡ଼ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ଏକ ଅସ୍ଥାୟୀ ଫାଣ୍ଡି ଖୋଲାଯିବାକୁ ମଧ୍ୟ ନିଷ୍ପତି ନିଆଗଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଶୁକୃଳି ବିଡ଼ିଓ ଭବାନୀ ପ୍ରଧାନ,ତହସିଲଦାର ସତ୍ୟବାନ ନାୟକ,ଯୁବ ସମାଜସେବୀ ଗୋଲକ ନାଏକ,ମନ୍ଦିର ପରିଛା ଅଜୟ କୁମାର ସାହୁ,ପୂଜକ ଧବଳ ପାଣିଗ୍ରାହୀ,ଦିଲ୍ଲୀପ କୁମାର ପାଣିଗ୍ରାହୀ,କରଞ୍ଜିଆ ପ୍ରେସ କ୍ଲୁବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା,ବରିଷ୍ଠ ସାମ୍ବାଦିକ ସରୋଜ ବେହେରା, ସନ୍ତୋଷ ମହାନ୍ତ, ବିନ୍ଦୁସାର ଦାସ, ଜିତେନ୍ଦ୍ର ରାଜ, ଅଭିଷେକ ପାଣିଗ୍ରାହୀ,ବିଜୟ କୁମାର ଗିରି,ସତ୍ୟବ୍ରତ ମିଶ୍ର,ସମାଜସେବୀ ହିମାଂଶୁ ନାଏକ ଏବଂ ବିଭିନ୍ନ ବିଭଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ମାଆଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ସହିତ ମାଆଙ୍କ ଆଶିଷ ନେବାକୁ ଭକ୍ତ ଙ୍କୁ ଖିଚିଂ ଆସିବାକୁ ମନ୍ଦିର ପ୍ରଶାସନ ତରଫରୁ ମନ୍ଦିର ପରିଚ୍ଛା ନିବେଦନ କରିଥିଲେ। ଶେଷରେ ପୂଜକ ଦିଲ୍ଲୀପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ