ମାଆ ନାରାୟଣୀଙ୍କଯାତ୍ରା ସମ୍ମିଳନୀ କକ୍ଷରେ ଚକ୍ଷୁ ଚିକିତ୍ସା ଶିବିରରେ ୩୦୦ରୋଗୀ ଚିକିତ୍ସିତ
ଫୁଲବାଣୀ, (ଯୁଗାବ୍ଦ ନ୍ୟୁଜ):ମିଳିତ ନାଗରିକ କମିଟି କନ୍ଧମାଳ ଓ ସଚେତନ ବରିଷ୍ଠ ନାଗରିକ ମଞ୍ଚ ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ହାଟପଦାସ୍ଥିତ ମାଆ ନାରାୟଣୀ ଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦୦ରୁ ଅଧିକ ଚକ୍ଷୁ ରୋଗୀ ଚିକିତ୍ସା କରାଇଥିଲେ।। ସେମାନଙ୍କ ମଧ୍ୟରୁ ୭୫ଜଣ ଅପରେସନ ଆବଶ୍ୟକ କରୁଥିବା ବେଳେ ୨୪ଜଣଙ୍କୁ ବୀରମହାରଜ ପୁର ମହାନଦୀ ନେତ୍ର ଚିକିତ୍ସାଳୟ କୁ ଅପରେସନ ପାଇଁ ନିଆଯାଇଛି। ଯିବା ଆସିବା ଔଷଧ ପତ୍ର, ଖାଦ୍ୟପେୟ ଓ ଲେନସ ଇତ୍ୟାଦି ମହାନଦୀ ନେତ୍ର ଚିକିତ୍ସାଳୟ ପକ୍ଷରୁ ଯୋଗାଇ ଦିଆଯିବ।ଡଃ ପ୍ରଶାନ୍ତ ଶତପଥୀ ଓ ଡଃ ପ୍ରଶାନ୍ତ ଦାସ ଚିକିତ୍ସା କରୁଥିବା ବେଳେ ଧର୍ମରାଜ ନାୟକ କ୍ୟାମ୍ପ ପରିଚାଳନା କରିଥିଲେ।ନାଗରିକ କମିଟିର ବ୍ରହ୍ମାନନ୍ଦ ପାଣିଗ୍ରାହୀ, ରାଜ କିଶୋର ପାଢ଼ୀ, ପ୍ରଣବ ମଣ୍ଡଳ,ନବୀନ ପଣ୍ଡା ବୈଂଶୀଧର ପଣ୍ଡା, ନାରାୟଣ ସାହୁ ,ବିକାଶ ମହାନ୍ତି, ଅରୁପ ଜେନା,ପ୍ରଶନ୍ନ ପଟନାୟକ, ନବ କିଶୋର ରଥ ପ୍ରମୁଖ ଶିବିର ଆୟୋଜନରେ ସହଯୋଗ କରିଥିଲେ।


