ମାଆ ବୁଢାକେନ୍ଦୁଙ୍କ ପୀଠରେ ନବରାତ୍ରି ପୂଜା ; ଭଜନ କୀର୍ତ୍ତନରେ ମନ୍ଦିର ଚଳଚଞ୍ଚଳ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଘୁମୁସର ମାଟିର ଅନ୍ୟତମ ଶକ୍ତିପୀଠ କ୍ଷତ୍ରିୟବରପୁର ନିକଟସ୍ଥ ମାଆ ବୁଢାକେନ୍ଦୁ ମନ୍ଦିରରେ ନବରାତ୍ରି ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏଠାରେ ଷଷ୍ଠୀ ଠାରୁ ମାଆଙ୍କର ନବରାତ୍ରୀ ପୂଜା ଅରମ୍ଭ ହୋଇଥିବା ବେଳେ ମହା ସପ୍ତମୀ, ମହାଷ୍ଟମୀ ଏବଂ ମହାନବମୀ ପୂଜା ନୀତିକାନ୍ତି ସହକାରେ ପାଳିତ ହୋଇଯାଇଛି I ପ୍ରତ୍ୟେହ ବିଧିମୁତାବକ ମାଆଙ୍କର ପୂଜା,ହୋମ ଆଦି କରାଯିବା ସହିତ ପ୍ରତ୍ୟେକ ସନ୍ଧ୍ୟାରେ ଭଜନ, କୀର୍ତ୍ତନରେ ମନ୍ଦିର ଚଳଚଞ୍ଚଳ ହୋଇଉଠୁଛି I ମାଆଙ୍କର ନବରାତ୍ରି ପୂଜା ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶହ ଶହ ଭକ୍ତଙ୍କ ଧାଡି଼ ଲାଗୁଥିବା ଦେଖିବାକୁ ମିଳିଛି I ମନ୍ଦିର ପରିଚାଳନା କମିଟି ସଭାପତି ତଥା ଆଇନଜୀବୀ ଦେବୀପ୍ରସାଦ ତ୍ରୀପାଠିଙ୍କ ତତ୍ତ୍ୱାବଧାନରେ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି I ମନ୍ଦିରର ପୂଜକ ତାରିଣୀ ପଣ୍ଡା, ସନାତନ ରଣା, ପୁରୋହିତ ମଥୁରା ଏବଂ ଗୋପାଳ କୃଷ୍ଣ ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଳାଉଛନ୍ତି I