ମାଆ ବୟସ ଠାରୁ ପୁଅ ବୟସ ଅଧିକ ଭୋଟ ତାଲିକାରେ
ଇାଲେଶ୍ୱର ( ଯୁଗାବ୍ଦ ନ୍ୟୁଜ) : ସଦର ବ୍ଲକର ଗୁଡୁ ପଞ୍ଚାୟତର ଇଞ୍ଚୁଡିଆ ଗ୍ରାମରେ ଭୋଟର ଲିଷ୍ଟ ସଂଶୋଧନ କଲାବେଳେ ବ୍ୟାପକ ଜାଲିଆତି ହୋଇଛି । ସରକାରୀ ଦଳର ନେତା ମାନେ ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି ବୟସ ହୋଇନଥିବା ବ୍ୟକ୍ତି ମାନଙ୍କ ଭୋଟର ତାଲିକାରେ ବୃଦ୍ଧି କରିଛନ୍ତି । ଭୋଟର ଲିଷ୍ଟରେ ସଂଶୋଧି୍ତ କରିବା ପାଇଁ ବିଏଏଓ ମାନଙ୍କୁ ପ୍ରଭାବିତ କରିଛନ୍ତି ।୨୦୧୮ ମସିହାରେ ହାଡିବନ୍ଧୁ ଜେନାଙ୍କ ବୟସ ୫୫ ଥିଲାେ ବଳେ ୨୦୧୯ ନିର୍ବାଚନ ପୂର୍ବରୁ ୭୯ ବର୍ଷ ହୋଇଛି । ମାଆଙ୍କ ବୟସ ୨୦୧୯ ରେ ଭୋଟ ଲିଷ୍ଟରେ ଯାହା ଅଛି ତାହା ଠାରୁ ତାଙ୍କ ପ୍ରୁଅଙ୍କ ବୟସ ଅଧିକ ଅଛି । ଗିତାଞ୍ଜଳିଙ୍କ ବୟସ ୫୮ ରୁ ୬୩ ବର୍ଷକୁ ବୃଦ୍ଧି କରାଯାଇଛି । ଏହି ବିଭିନ୍ନ ବ୍ୟକ୍ତି ପ୍ରକୃତ ହିତାଧିକାରୀ ବାର୍ଦ୍ଦକ୍ୟ ଭତ୍ତର ବଞ୍ଚିତ ହୋଇଥିବା ବେଳେ ସମଗ୍ର ଜିଳ୍ଲାରେ ବୟସ ବୃଦ୍ଦି କରିବା ପାଇଁ କାହାର ହାତ ଅଛି ତାହା ପ୍ରଶାସନ ଗୁରୁତର ସହ ନେବା ଦରକାର । ଜିଲ୍ଲାପାଳ ଉପଜିଲ୍ଲାପାଳ ଓ ବିଡିଓ ମାନେ ଏଭଳି ଜାଲିଆତିକୁ ରୋକିବା ସହ ଆଗାମୀ ଦିନରେ ପ୍ରକୃତ ହିତାଧିକାରୀଙ୍କୁ ନମିଳିଲେ ଲୋକେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି ।


