ମାଆ ମନୋରମାଙ୍କ ବିୟୋଗରେ ଡଃ ଜ୍ଞାନେନ୍ଦ୍ରଙ୍କ ଶୋକ
ଭୁବନେଶ୍ୱର, ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟା, ସମାଜର ପୂର୍ବତନ ସମ୍ପାଦିକା, ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଖ୍ୟାତ ବକ୍ତା, ମାନନୀୟା ଅଧ୍ୟାପିକା ମନୋରମା ମହାପାତ୍ରଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ସେବା ଦଳର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ପୂର୍ବତନ ଆଜୀବନ କର୍ମୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗଭୀର ଶୋକ ପ୍ରକାଶ କରି ଏକ ଶୋକବାର୍ତ୍ତାରେ କହିଛନ୍ତି ଯେ, ‘ମାଆ ମନୋରମାଙ୍କ ସହ ଦୀର୍ଘ ୪୫ ବର୍ଷର ସମ୍ପର୍କ, ରେଭେନ୍ସା ମହାବିଦ୍ୟାଳୟର ଜାତୀୟ ସେବାସଂସ୍ଥାର ସେ ସଂଯୋଜକ ତଥା ଲୋକସେବକ ମଣ୍ଡଳରେ ତାଙ୍କ ନିକଟରେ କାର୍ଯ୍ୟ କରିବାର ସୁଯୋଗ ମୋତେ ମିଳିଥିଲା । ପ୍ରକୃତରେ ସେ ଥିଲେ ଜଣେ ହୃଦୟବାନ ମାଆ । ତାଙ୍କର ବିୟୋଗ ଗଭୀର ମୋତେ ମର୍ମାହତ କରିଛି । ପରଲୋକଗତ ଆତ୍ମାର ଶାନ୍ତି କାମନା କରିବା ସଙ୍ଗେ ସଙ୍ଗେ ପରିବାରବର୍ଗଙ୍କୁ ଡଃ ଜ୍ଞାନେନ୍ଦ୍ର ଗଭୀର ସମବେଦନା ଜଣାଇଛନ୍ତି ।