ମାଆ ରତ୍ନେଇ ଦେବୀ ଅଟୋ ଚାଳକସଙ୍ଘ ଗଠନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଆଜି ଗାଙ୍ଗପୁର ନିକଟସ୍ଥ ମାଆ ରତ୍ନେଇଙ୍କ ପୀଠରେ ଗାଙ୍ଗପୁର ଅଞ୍ଚଳର ଡାଲା ଅଟୋ ଚାଳକ ମାନଙ୍କୁ ନେଇ ଏକ ମାଆ ରତ୍ନେଇ ଦେବୀ ଅଟୋ ଚାଳକ ସଂଘ ଗଠନ ହେବା ସହିତ ଏହାର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି I ଆଜିର ବୈଠକରେ 28 ଜଣ ଡାଲା ଅଟୋ ଚାଳକଙ୍କ ଉପସ୍ଥିତିରେ ସଭାପତି ଭାବେ ରବିନ୍ଦ୍ର ଗୌଡ, ଉପସଭାପତି ଭାବେ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଏବଂ କୋଷାଧ୍ୟକ୍ଷ ଭାବେ ଗଣେଶ ସାହୁଙ୍କୁ ମନୋନୀତ କରାଯାଇଛି I ଆଗାମୀ ଦିନରେ ସଂଘର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ସହ ମାଲ୍ ପରିବହନରେ ଜନ ସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଆଲୋଚନା କରାଯାଇଥିଲା I ନୂତନ ସଂଘ ଗଠନ ପରେ ଏହି ସଂଘ ସମସ୍ତ ଅଟୋ ଚାଳକଙ୍କ ସାମାଜିକ ସୁରକ୍ଷା ଦିଗରେ କାର୍ଯ୍ୟ କରିବା ସହିତ ପରସ୍ପର ସହଯୋଗରେ ମାଲ୍ ପରିବହନ ପାଇଁ ନିର୍ଦ୍ଦିଷ୍ଟ ଦୂରତାକୁ ଏକ ନିର୍ଦ୍ଦିଷ୍ଟ ଭଡ଼ା ମୂଲ୍ୟ ସ୍ଥିର କରାଯିବ ବୋଲି ନିଷ୍ପତି ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ