ମାଆ ଶ୍ୟାମାକାଳୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗୋବରା ଠାରେ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ମାଆ ଶ୍ୟାମାକାଳୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି l ଆସନ୍ତା ତିରିଶ ତାରିଖରୁ ଗୋବରା ମୁଖ୍ୟ ସଡ଼କ ପାର୍ଶ୍ଵରେ ମାଆ ଶ୍ୟାମା କାଳୀଙ୍କ ପୂଜା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଉତ୍ସାହର ସହିତ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି I ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକଙ୍କ ତତ୍ତ୍ୱାବଧାନରେ ସମ୍ପାଦକ ସୁଶାନ୍ତ ଜେନା, କୋଷାଧ୍ୟକ୍ଷ ସୁଶାନ୍ତ ରଣାଙ୍କ ସମେତ ସଂଘର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଶୁଭଖୁଣ୍ଟି ସ୍ଥାପନ ପାଇଁ ଅନୁଷ୍ଠିତ ପୂଜାରେ କର୍ତ୍ତା ଭାବେ କୈଳାସ ଚନ୍ଦ୍ର ସାହୁ ଦାୟିତ୍ୱ ତୁଲାଇଥିବା ବେଳେ ଦିଗପହଣ୍ଡି ସ୍ଥିତ ବୈଦିକ ଅନୁଷ୍ଠାନର ଭବାନୀ ଶଙ୍କର ତ୍ରୀପାଠି ପୁରୋହିତ ଦାୟିତ୍ୱ ତୁଲାଇଥିଲେ I ଏହି ଅବସରରେ ଆଜି ଗୋବରା ଗ୍ରାମରେ ନଗର ଭ୍ରମଣ ହୋଇଥିବା ବେଳେ ଘଣ୍ଟ, ମୃଦଙ୍ଗ, ଢୋଲ, ହୁଳହୁଳି, ହରିବୋଲରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା I ପ୍ରକାଶ ଥାଉକି ପ୍ରତିବର୍ଷ ଗୋବରାରେ ଅତି ଆଡମ୍ବରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥାଏ I ଚଳିତ ବର୍ଷ ମଧ୍ୟ ମାଆଙ୍କ ପୂଜାକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ତରଫରୁ ବ୍ୟବସ୍ଥା କରାଯାଇଛି I ଲୋକଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଏକ ଲଟେରୀ ଉଠାଣର ବ୍ୟବସ୍ଥା କରାଯାଇଛି I ଲଟେରୀର ମୂଲ୍ୟ 100 ଟଙ୍କା ରହିଥିବା ବେଳେ ଏଥିରେ ବୁଲେଟ୍, ଏଲ୍ଇଡି ଟିଭି, ଫ୍ରିଜ୍ ଭଳି ଆକର୍ଷଣୀୟ ଉପହାର ରହିଛି I