ମାଆ ହେବାକୁ ଡରୁଛନ୍ତି ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ବୋଲ୍ଡ କୁଇନ୍ ମଲ୍ଲିକା ସେରାୱତ ଏବେ ବଡ ପରଦାଠାରୁ ଦୂରେଇ ରହିଛନ୍ତି ସତ । ହେଲେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଏହି ଅଭିନେତ୍ରୀ ମଝିରେ ମଝିରେ ଆସନ୍ତି ଚର୍ଚ୍ଚାକୁ । ନିକଟରେ ସେ ଏକ ସାକ୍ଷାତକାରରେ ଏମିତି କିଛି କଥା କହିଛନ୍ତି ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି । ଅସଲରେ ମଲିକା ଏବେ ମାଆ ହେବାକୁ ଚାହୁଁ ନାହାଁନ୍ତି । ତାଙ୍କ ମତରେ ମାଆ ହେବା ଦାୟିତ୍ୱପୂର୍ଣ୍ଣ କାମ । ଯାହାକୁ ସେ ତୁଲାଇ ପାରବେ ନାହିଁ । ଏବେ ସେ ସ୍ୱାଧୀନଭାବେ ଯେମିତି ଯେଉଁଠିକି ଇଚ୍ଛା ହେଲେ ଯାଇ ପାରୁଛନ୍ତି ପିଲାଟିଏ ଥିଲେ ଏହା କଷ୍ଟକର ବ୍ୟାପାର ହାଇଥାଆନ୍ତା ବୋଲି କହିଛନ୍ତି । ଏହାସହ ସେ ଏବେ ମାଆ ହେବାକୁ ଆଦୌ ପ୍ରସ୍ତୁତ ନାହାଁନ୍ତି । ତାଙ୍କ ଭଣଜା ତାଙ୍କ ପାଇଁ ସବୁକିଛି ଓ ସେ ଭଣଜା ସହ ବିଶେଷ ଖୁସିର ମୁହୂର୍ତ୍ତ ମଧ୍ୟ ଅତିବାହିତ କରିଛନ୍ତି । ତେଣୁ ଏବେ ସେ ମାଆ ହୋଇ ଗୁରୁଦାୟିତ୍ୱ ବହନ କରିବେ ନାହିଁ ବୋଲି କହିବା ପରେ ପୂର୍ବଭଳି ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ ମଧ୍ୟ କରାଯାଇଛି ।