ମାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ଆସନ୍ତା ୧୯ରେ ମେଗା ପ୍ରତିଯୋଗିତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଆଲୁମିନି ଆସୋସିଏସନ ପକ୍ଷରୁ ଆସନ୍ତା ୧୯ତାରିଖରେ ମହାବିଦ୍ୟାଳୟ ପରିସରରେ ମେଗା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ୧୯ତାରିଖ ସକାଳ ସାଢେ ୯ଟାରେ ଆରମ୍ଭ ହେବାକୁ ଥିବା ନୃତ୍ୟ ପ୍ରତିଯୋଗିତାର ଗ୍ରୁପ-ଏରେ ୫ମରୁ ସପ୍ତମ ଶ୍ରେଣୀ, ଗ୍ରୁପ – ବି ରେ ୮ମରୁ ଦଶମ ଶ୍ରେଣୀ ଓ ଗ୍ରୁପ – ସିରେ +୨ଓ +୩ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ସଂଗୀତ ପ୍ରତିଯୋଗିତାର ଗ୍ରୁପ- ଏ ରେ ୮ମରୁ ଦଶମ ଶ୍ରେଣୀ ଓ ଗ୍ରୁପ – ବି ରେ +୨ ଓ +୩ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ସେହିଭଳି ଚିତ୍ରାଙ୍କନ ପ୍ରତିଯୋଗିତାର ଗ୍ରୁପ – ଏର ୩ରୁ ୫ମ ଶ୍ରେଣୀ, ଗ୍ରୁପ -ବି ରେ ଷଷ୍ଠରୁ ସପ୍ତମ ଶ୍ରେଣୀ ଓ ଗ୍ରୁପ – ସି ରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିପାରିବେ । ଚିତ୍ରାଙ୍କନ ପ୍ରତିଯୋଗିତା ନିମନ୍ତେ ଗ୍ରୁପ – ଏ ପାଇଁ ‘ଏକ ସୁନ୍ଦର ସକାଳର ମନୋରମ ଦୃଶ୍ୟ’, ଗ୍ରୁପ – ବି ପାଇଁ ‘ସଡକ ସୁରକ୍ଷା ଜୀବନ ରକ୍ଷା’ ଓ ଗ୍ରୁପ -ସି ପାଇଁ ‘ଆମ କେନ୍ଦ୍ରାପଡାର ଐତିହ୍ୟ’ ବିଷୟବସ୍ତୁ ରହିଛି । ଉପରୋକ୍ତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଚଳିତମାସ ୨୬ତାରିଖ ଆସୋସିଏସନର ବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଆସୋସିଏସନର ସମ୍ପାଦକ ଚିନ୍ମୟ ବିଶ୍ୱାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।


