ମାଇଁ ଏନସିସି ଆଲୁମିନି ଆସୋସିଏସନର ରଜମଉଜ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ଚଳିତ ବର୍ଷ ରଜମଉଜ ଅନୁଷ୍ଠିତ ହୋଇଯାଇଛି । ସହରାଞ୍ଚଳରେ ଓଡିଶାର ଗଣପର୍ବ ‘ରଜ’ ଏବେ ବିଲୁପ୍ତ ହେବାକୁ ଯାଉଛି । ଓଡିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଦଯିବିତ କରି ରଖାଯିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଏହାର ମୁଖ୍ୟ ଲକ୍ଷ୍ୟ । କେନ୍ଦ୍ରାପଡା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଲେଜ ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଜ୍ଞାନେନ୍ଦ୍ର ଦାଶ, ଅଧ୍ୟାପକ ପ୍ରଭାକର ମଲ୍ଲିକ, ପ୍ରାକ୍ତନ ଅଧ୍ୟାପକ କୈଳାସ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସହର ଏବଂ ସହର ଆଖପାଖ ଅଞ୍ଚଳର ବହୁ ଯୁବକ ଓ ଯୁବତୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଭାବେ ରଜଦୋଳି, ରଜପାନ, ପୁଚିଖେଳ, ତାସଖେଳ, କ୍ୟାରାମଖେଳ, ମ୍ୟୁଜିକଚେୟାର, ସଂଗୀତ, ନୃତ୍ୟ, ହୁଳହୁଳି ପ୍ରତିଯୋଗିତାମାନ ଆୟୋଜନ କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ କଲେଜ ଏନସିସି ବାଳିକା ବିଭାଗର ଛାତ୍ରୀମାନେ ଏବଂ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଆଗାମୀ ଦିନରେ କିଭଳି ଏହି କାର୍ଯ୍ୟକ୍ରମକୁ ଆହୁରି ସରସ ଓ ସୁନ୍ଦର କରାଯିବା ସହ ବଡ ଆକାରରେ ଆୟୋଜନ କରାଯିବାକୁ ଆସୋସିଏସନ ଲକ୍ଷ୍ୟ ରଖିଥିବା ସାଧାରଣ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ