ମାଇଁ ଏନସିସି ଆଲୁମିନି ଆସୋସିଏସନର ୬ଷ୍ଠ ପ୍ରତିଷ୍ଠା ଦିବସ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମିନି ଆସୋସିଏସନର ଷଷ୍ଠ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିନ୍ଦୁମିତ୍ର ବଳ, ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଏନସିସି ବାଳିକା ବିଭାଗ କ୍ୟାପଟେନ ସୀମା ମହାନ୍ତି, ଏନସିସି ବାଳକ ବିଭାଗର ମେଜର ମନୋରଞ୍ଜନ ମହାନ୍ତି, ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ, ସଦର ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ସମେତ ବହୁ ଅଧ୍ୟାପକ/ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଅତିଥିମାନେ ରକ୍ତଦାନ ଏକ ମହତ ଦାନ ବୋଲି ମତବ୍ୟକ୍ତ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିର କଟକ କେନ୍ଦ୍ରୀୟ ରେଡକ୍ରସ ରକ୍ତଦାନ କେନ୍ଦ୍ର, ଓଡିଶା ବ୍ଲଡ ସେଣ୍ଟର, କେନ୍ଦ୍ରାପଡାଙ୍କ ସହଯୋଗରେ ଆୟୋଜିତ ହୋଇଥିଲା । ଏହି ଶିବିରରେ ୨୬୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ସମସ୍ତ ରକ୍ତଦାତାମାନଙ୍କୁ ମୁଁ ଜଣେ ଗର୍ବିତ ରକ୍ତଦାତା ବୋଲି ଗୋଟିଏ ଗୋଟିଏ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ମାଇଁ ଏନସିସି ଆଲୁମିନି ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳଙ୍କ ସମେତ ଅନ୍ୟ ସଦସ୍ୟ ଓ ସଦସ୍ୟାମାନଙ୍କ ସମେତ ବର୍ତ୍ତମାନର ବାଳକ ଏବଂ ବାଳିକା ବିଭାଗର ଏନସିସି କ୍ୟାଡେଟମାନେ ଉପସ୍ଥିତ ଥିଲେ । ଏହି ବିଶାଳ ରକ୍ତଦାନ ଶିବିରକୁ ତିନିମୁହାଣିର ବିଗ ବାଷ୍କେଟ, ଇଣ୍ଡିଗୋ, ଜଗତପୁରର ଏକେ ବିଭରେଜ,ଇନଷ୍ଟିଟୁଟ ଅଫ ଆକାଉଁଣ୍ଟସ ପ୍ରଫେସନାଲ,କେନ୍ଦ୍ରାପଡା, ଏସ.ଆର. ଇଣ୍ଡଷ୍ଟ୍ରୀଜ୍, ଲିଓମାରିସ, ଜଗତସିଂହପୁର, ପଞ୍ଜାବ ନ୍ୟାସନ୍ୟାଲ ବ୍ୟାଙ୍କ, କେନ୍ଦ୍ରାପଡା ଶାଖା,ଏଚଡିଏଫସି ବ୍ୟାଙ୍କ, ପଟ୍ଟାମୁଣ୍ଡାଇ ଶାଖା ପ୍ରମୁଖଙ୍କ ସହାୟତାରେ ସାଫଲ୍ୟ ମଣ୍ଡିତ କରାଯାଇଥିଲା । ଏଭଳି ମହାନ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡାର ଜନସାଧାରଣ ଏବଂ ଅତିଥିମାନେ ଭୁୟସୀ ପ୍ରସଂଶା କରିଥିଲେ ।