ମାଇଁ ଓ ଭଣଜା ଗିରଫ
ପାରଳାଖେମୁଣ୍ଡି:(ଯୁଗାବ୍ଦ ନ୍ୟୁଜ);ତାରିଣି ପ୍ରସାଦ ପଣ୍ଡା -ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ପୁଣି ଏକ ସଫଳତା ମିଳିଛି । ଏକ ଚୋରୀ ମାମଲାରେ ପୋଲିସ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଅଳଙ୍କାର ଉଦ୍ଧାର କରିଥିବା ବେଲେ ଏହି ଚୋରି ଘଟଣାରେ ମାଇଁ ଓ ନାବାଳକ ଭଣଜାକୁ ଗିରଫ କରିଛନ୍ତି । ଘଟଣାରୁ ପ୍ରକାଶ ପାରଳାଖେମୁଣ୍ଡି ପୌରପରିଷଦ ୱାର୍ଡ ନମ୍ବର ୯ର ଅଙ୍କସାହି ଠାରେ ବିନୋଦିନି ଗନ୍ତାୟତ(୮୦)ଙ୍କ ବାସଭବନରୁ ଗତ ସେପ୍ଟମ୍ବର ୧୫ତାରିଖରେ ଆନ୍ଧ୍ରର ବିଶାଖପାଟଣାକୁ ସ୍ୱାସ୍ଥ୍ୟ ପରିକ୍ଷା ପାଇଁ ଯାଇଥିଲେ ।ଏହାର ସୁଯୋଗରେ ସ୍ପଷ୍ଠ ଦିବାଲୋକରେ ତାଙ୍କ ଘରୁ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଗହଣା ଚୋରି ଘଟଣା ଘଟିଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଠାରେ ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ଥାନା ପକ୍ଷରୁ କେସ ନଂ ୧୯୬/୧୯ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଆଦର୍ଶ ଥାନା ଠାରେ ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଓ ଡି.ଏସ୍.ପି. ପି.କେ. ଜେନା ଏବଂ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ଉପସ୍ଥିତିରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ଏହି ଘଟଣାରେ ପୋଲିସ ମାଇଁ ଓ ନାବାଳକ ଭଣଜାକୁ ଗିରଫ କରିଛନ୍ତି । ଏମାନେ ହେଲେ ଅବତଲା ସତ୍ୟା(୨୫) ଏବଂ ତାଙ୍କର ନାବାଳକ ଭଣଜା । ଯିଏକି ଜଣେ ନାବାଳକଙ୍କ ସହଯୋଗରେ ବିନୋଦିନିଙ୍କ ଘରର ତାଲା ଓ ଆଲମିରା ଭାଙ୍ଗି ପ୍ରାୟ ୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଯାହା ଚୋରୀ କରିଥିଲେ ସେ ଗୁଡିକ ସବୁ ପୋଲିସ ଉକ୍ତ ମହିଳାଙ୍କ ନିକଟରୁ ଜବତ କରି ତାକୁ କୋର୍ଟ ଚାଲାଣ କରିଥିବାର ସୂଚନା ପ୍ରଦାନ କରିଛନ୍ତି । ନାବାଳକ ଭଣଜାକୁ ପୋଲିସ ଜୁଭେନାଲ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରାଯାଇଥିବା ସୁଚନା ମିଲିଛି ।


