ମାଇକ ଧରି କରୋନାଟେଷ୍ଟ ପାଇଁ ନିବେଦନ
ମୋହନା,(ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ୩୯ ପଞ୍ଚାୟତ ଏହି ଅଞ୍ଚଳରେ କିଛି ଲୁକ କରୋନା ରେ ଆକ୍ରାନ୍ତ ହଇ ମୃତବରଣ କରି ସାରିଲେଣି ତେଣୁ ଅଞ୍ଚଳରେ କିଏ ଯେମିତି ନିଜ ଜୀବନ କୁ ମୃତ ମୁଖକୁ ନ ଠେଲିବେ ଏହା ନେଇ ଲୋକଙ୍କୁ ସଚେତନ କରିଲେ ବିଡ଼ିଓ ବଂଶୀଧର ଖୁସଲା, ଆଜି ନିଜେ ଶ୍ରୀ ଖୁସଲା ଏକ ଗାଡ଼ିରେ ମାଇକିଲଗାଇ ମୋହନା ର ପ୍ରତେକ ଛକ ରେ ଲୁକଙ୍କୁ ହାତ ଯୋଡି ଅନୁରଧ କରିଥିଲେ କୌଣସି ବ୍ୟକ୍ତି ଙ୍କୁ ଯଦି ଜର ଖାସ ଥଣ୍ଡା ହେଉଥିଲେ ସେ ମନେ ଭୟବିତ ନହେଇନିଜର ଟେଷ୍ଟ କରିବା ଜରୁରୀ ଏବଂ କୌଣସି ଭୟ ବିତ ହେବା ଆବଶ୍ୟକ ନାହିଁ | ଟେଷ୍ଟ କରିବା ପାଇଁ ନିଜ ଘରେ ଯଦି ସୁବିଧା ଥିବ ତେବେ ସେ ବ୍ୟକ୍ତି ନିଜ ଘରେ ରହି ଡାକ୍ତର ଙ୍କ ପରାମର୍ଶ ନେଇରହିପରିବେ | ବୋଲି ଲୋକଙ୍କୁ ବୁଝାଇଥିଲେ | ଏବଂ ଚିକିସିମେରାଗାଁ ନିକଟରେ ବିଦ୍ୟାଳୟ ରେ ଯାଇ କରୋନା ଟେଷ୍ଟ କରାନ୍ତୁ ବୋଲି ଚାନ୍ଦିପୁଟ ଆଦି ସ୍ଥାନରେ ପ୍ରଚାର କରିଛନ୍ତି | ଏହା ଦେଖି ଲୋକେ ଯାଇ ନିଜର ଟେଷ୍ଟ କରାଇଛନ୍ତି | କିନ୍ତୁ ଅଦିନିଆ ବର୍ଷା ଯୋଗୁ କିଛି ଲୋକ ଯାଇପାରିଲେ ନାହିଁ, ସେମାନେ ଅନ୍ୟ ଦିନରେ କରିବେ ବୋଲି କହିଛନ୍ତି |


