ମାଇନର କେନାଲ ବନ୍ଧ ରାସ୍ତା ନିର୍ମାଣ ପାଇଁ ୫ଟି ସଚିବଙ୍କୁ ଦାବିପତ୍ର

ହାଟଡ଼ିହି : ସୋଲପଟା ମାଇନର କେନାଲ ବନ୍ଦ ରାସ୍ତା ନିର୍ମାଣ ପାଇଁ ସରଳା ଗ୍ରାମବାସୀମାନେ ୫-ଟି ସଚିବଙ୍କୁ ଲିଖିତ ଭାବେ ଦାବି ଜଣାଇଛନ୍ତି । ଅଭିଯୋଗ ଅନୁଯାଇ ଏହି କେନାଲ ବନ୍ଧ ଉପର ଦେଇ ଗ୍ରାମର ୯୦ଭାଗ ଲୋକ ଯାତାୟତ କରିଥାନ୍ତି । କିନ୍ତୁ ଦୀର୍ଘବର୍ଷ ହେବ କେନାଲବନ୍ଧ କାମ ହୋଇ ପାରୁନି । ବାରମ୍ବାର ଦାବି ସତ୍ତ୍ୱେ ଜଳସେଚନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଫଳରେ ଗ୍ରାମବାସୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସନ୍ତା ୭ଦିନ ଭିତରେ ଯଦି ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆ ନଯାଏ ତେବେ ଗ୍ରାମବାସୀମାନେ ଶାଳଣିଆଁ ଜଳସେଚନ କାର୍ଯ୍ୟଳୟ ସମ୍ମୁଖରେ ଅନସନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି । ଗ୍ରାମବାସୀମାନେ ଏ ସମ୍ପର୍କରେ ୫-ଟି ସଚିବ, କେନ୍ଦୁଝର ଜିଲ୍ଲାପାଳ, ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଶାଳପଡା, ସହକାରୀଯନ୍ତ୍ରୀ ଶାଳଣିଆଁ ଜଳସେଚନ ବିଭାଗଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ