ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରୁଛନ୍ତି ଅମିତାଭ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କୁ ୭୭ ବର୍ଷ ହୋଇଯାଇଥିଲେ ମଧ୍ୟ ଏବେ ବି ତାଙ୍କ ଦେହରେ ଅଭିନୟର ଦମ୍‌ ରହିଛି। ଗତ କିଛି ବର୍ଷ ହେବ ତାଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଠିକ୍‌ ରହୁନି। କିନ୍ତୁ ଆଜିବି ଅଭିନୟ ପ୍ରତି ତାଙ୍କ ନିଶା ଥମିନି। ନିକଟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବାକୁ ମିଳିଛି। ଆଗାମୀ ଫିଲ୍ମ ‘ଚେହ୍‌ରେ’ର ଶୁଟିଂରେ ବ୍ୟସ୍ତ ଅଛିନ୍ତି ବିଗ୍‌-ବି। ଇମ୍ରାନ ହାଶମୀ ଏବଂ ଅମିତାଭଙ୍କ ଅଭିନୀତ ଏହି ଫିଲ୍ମ ଶୁଟିଂ ଏବେ ସ୍ଲୋଭାକିଆରେ ଚାଲିଛି। ସେଠାରେ ବିଯୁକ୍ତ ୧୪ ଡିଗ୍ରୀ ତାପମାତ୍ରାରେ ଶୁଟିଂ କରୁଛନ୍ତି ବିଗ୍‌-ବି। ଏହାର ଏକ ଫଟୋ ସେ ସୋସିଆଲ ମିଡିଆରେ ଛାଡିଛନ୍ତି। ଫଟୋରେ ପ୍ରବଳ ଥଣ୍ଡା ଯୋଗୁ ଜ୍ୟ୍ୟାକେଟ୍‌ ପିନ୍ଧିଥିବାର ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ