ମାଇନିଂ ଏରିଆ କ୍ରିକେଟ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ଯୋଡ଼ା ,(ଯୁଗାଦ୍ଦ ନ୍ୟୁଜ) କେନ୍ଦୁଝର ଜିଲା ବଡବିଲଠାରେ ମାଇନିଂ ଏରିଆ କ୍ରିକେଟ ଆସୋସିଏସନ (ମାକା) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ, କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଖଣି ଅଂଚଳରେ କ୍ରିକେଟ୍ ଖେଳର ବିକାଶ ପାଇଁ ଗଠନ କରାଯାଇଛି “ମାଇନିଂ ଏରିଆ କ୍ରିକେଟ୍ ଆସୋସିଏସନ” । ଖଣି ଅଂଚଳର ସକ୍ରିୟ ଏନଜିଓ ନେଟିଭ ଭଏସ୍ କିଛି କ୍ରିକେଟ ଖେଳାଳୀ ଓ ଖେଳ ପ୍ରେମିଙ୍କୁ ନେଇ ଏହି କ୍ରିକେଟ ଆସୋସିଏସନ ଗଠନ କରାଯାଇଛି । ଆମେ ସମସ୍ତେ ବିଭିନ୍ନ ପେଶା ଓ ଚିନ୍ତା ଧାରାର ହୋଇଥିଲେ ମଧ୍ୟ କ୍ରିକେଟ୍ ପ୍ରତି ଭଲ ପାଇବା ଆମକୁ ଏକାଠି କରିଛି । ଆମେ ସମସ୍ତେ ଆମ ଖଣି ଅଂଚଳରେ କ୍ରିକେଟର ବିକାଶ ପାଇଁ ପ୍ରତିବଦ୍ଧ ହୋଇଛୁ । କ୍ରିକେଟ ବିଗତ ୪ ଦଶନ୍ଧିରେ ବିଭିନ୍ନ ଦିଗ ଦେଇ ଗତି କରିବାର ଦେଖାଯାଇଛି । ବିଗତ ବର୍ଷ ଗୁଡିକରେ ବୟେଜ କ୍ଲବ ଦ୍ୱାରା ଡିୟୁଜ ବଲ ଓଇବିସି ଦ୍ୱାରା ନାଇଟ ଟୁର୍ଣ୍ଣାମେନ୍ଟ, ବିସିଏ ଦ୍ୱାରା ଉଇଁଟର କପ୍ ଓ ବର୍ତମାନରେ ଚାଲୁଥିବା ବିପିଏଲ ଖୁବ୍ ଆକର୍ଷଣୀୟ ହୋଇଛି । ଆଗାମୀ ଦିନରେ ମାକା ଦ୍ୱାରା ଆମ ଖଣି ଅଂଚଳର ଟୁର୍ଣ୍ଣାମେନ୍ଟ ମାନ ଆୟୋଜନ କରି ପ୍ରତିଭା ଅନ୍ୱେଷଣ କରାଯିବ । ସେହି ପ୍ରତିଭା ମାନଙ୍କର ବିକାଶ କରି ପରବର୍ତୀ ପର୍ଯ୍ୟାୟରେ ଜିଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଅର୍ଜନ କରିବାକୁ ସହାୟକ ହେବ । ଏହି ପର୍ଯ୍ୟାୟ କ୍ରମରେ ଖୁବ୍ କମ୍ ଦିନ ଭିତରେଏକ ଜିଲାସ୍ତରୀୟ ଟେନିସ ବଲ୍ କ୍ରିକେଟ ଟୁର୍ଣ୍ଣାମେନ୍ଟ ର ଆୟୋଜନ କରାଯିବ । ଯାହା ବଡବିଲ ସୁପରଲିଗ ନାମରେ ପରିଚିତ ହେବ । ତାପରେ ବିଦ୍ୟାଳୟ, ମହାବିଦ୍ୟାଳୟର ଜିଲାସ୍ତରର ଟୁର୍ଣ୍ଣାମେନ୍ଟ କରାଯିବାର ସ୍ଥିର କରାଯାଇଛି ।