ମାଇନିଂ ଏରିଆ ସୋସିଆଲ ସର୍ଭିସ୍ ପକ୍ଷରୁ ଗଣଦୌଡ
ଯୋଡ଼ା – କେନ୍ଦୁଝର ଜିଲା ଯୋଡା ସହରରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ସ୍ୱାଭିମାନ ଦିବସ ଉପଲକ୍ଷେ ମାଇନିଂ ଏରିଆ ସୋସିଆଲ ସର୍ଭିସ(ମାସ୍) ପକ୍ଷରୁ ରବିବାର ଏକ ମିନି ମାରାଥନ(ଗଣ ଦୌଡ) ଅନୁଷ୍ଠିତ ହୋଇଯାଇଛି । ମାଇନିଂ ଏରିଆ ସୋସିଆଲ ସର୍ଭିସ ପକ୍ଷରୁ ଆୟୋଜିତ ଏହି ଗଣ ଦୌଡରେ ରବିବାର ସକାଳ ୮ ଘଟିକା ସମୟରେ ମୁଖ୍ୟ ଅତିଥି ଭାବେ ରାଇସେନ୍ ମୁର୍ମୁ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗଣଦୌଡର ଶୁଭାରମ୍ଭ କରିଥିଲେ । ସହରର ୨୦୦ ରୁ ଉର୍ଦ୍ଧ୍ୱ ଯୁବତୀଯୁବକ ଏହି ଗଣଦୌଡରେ ଅଂଶଗ୍ରହଣ କରି ଯୋଡା ସହରର ଧରଣୀଧର ଛକଠାରୁ ଯୋଡା ବସଷ୍ଟାଣ୍ଡ ଓ ରାଧାକୃଷ୍ଣ ମନ୍ଦିର ଦେଇ ଯୋଡାସ୍ଥିତ ସେନ୍ଟରାଲ ଖେଳ ପଡିଆଠାରେ ପହନଚିଥିଲେ । ସେଠାରେ ଏକ ସଭାର ଆୟୋଜନ ହୋଇଥିଲା । ଏହି ସଭାରେ ଟାଟା ଷ୍ଟିଲ ଡାକ୍ତରଖାନାର ମୁଖ୍ୟ ଡାଃ ଏ.କେ. ରାଏ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଏବଂ ମହାନ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯୁବତୀଯୁବକମାନେ ସମାଜରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଆୟୋଜକ ମାଇନିଂ ଏରିଆ ସୋସିଆଲ ସର୍ଭିସର ସଭାପତି ବି.ଡି ସାହୁ ଓ ସଂପାଦକ ଚର୍ଚ୍ଚିଲ ମହାକୁଡ ଙ୍କ ସମେତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।