ମାଇପି ମେଳାରେ ପାନୀୟ ଜଳ ବଣ୍ଟନ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଗଶାଳଦା ଓ ଛଣିଜଙ୍ଗ ପଂଚାୟତ କାହ୍ମପୁର ଠାରେ ପବିତ୍ର ପ୍ରାଚୀନ ପୀଠ ଶ୍ରୀ ଶ୍ରୀ ବଟ ଗୋସେଇଁ ଙ୍କ ମାଇପି ମେଳା ରେ ଶତାଧିକ ମାନସିକ ଧାରୀଙ୍କ ସହିତ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ଜନ ସମାଗମ ହୋଇଥିଲା । ଏହି ଅବସରରେ ଚାରିଛକ ନିକଟସ୍ଥ ସାଇଲୋ ଗ୍ରାମ ପଂଚାୟତ ନେଡାଲ ଉଚ୍ଚ ବିଦ୍ୟାଳୟ ବରିଷ୍ଠ ସ୍କାଉଟ ଶିକ୍ଷକ ଶିବ ଶଙ୍କର ଦାସଙ୍କ ତତ୍ବାବଧାନରେ ସ୍କୁଲର ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଛାତ୍ରୀମାନ ଙ୍କ ତରଫରୁ ଜଳ ସେବା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଛାତ୍ରଛାତ୍ରୀମାନେ ଭକ୍ତ ଜନସାଧାରଣଙ୍କୁ ଦହିପଣା,ଟାଟା ଗ୍ଲୁକୋଜ, ବିଶୁଦ୍ଧ ପିଇବା ପାଣି ବଣ୍ଟନ କରିଥିଲେ । ସ୍କାଉଟ ଆଣ୍ଡ ଗାଇଡ ଛାତ୍ର ଛାତ୍ରୀମାନଙ୍କ ଏହି ମହାନୀୟ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଛାତ୍ର ଛାତ୍ରୀ ମାନଙ୍କୁ ବେଶ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ