ମାଉସୀ ମା ‘ମନ୍ଦିର ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ର ଖିଚିଂ ଠାରେ ଆମ ଓଡିଶା ନବୀନ ଓଡିଶା ଯୋଜନା ମଞ୍ଜୁର ହୋଇଥିବା ମାଉସୀ ମା ଙ୍କ ମନ୍ଦିର ର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିନିମନ୍ତେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟଅତିଥି ରୂପେ ଶୁକୃଳି ପଞ୍ଚାୟତ ସମିତି ଅଧ୍ୟକ୍ଷା କବିତା ମଞ୍ଜରୀ ନାୟକ, ସମ୍ମାନିତ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟ ବିକାଶ ରଞ୍ଜନ ସି, ସମାଜସେବୀ ଗୋଲୋକ ନାୟକ, ଖିଚିଂ ସରପଞ୍ଚ ଅଙ୍କିତା ବେହେରା, ସମିତି ସଭ୍ୟା ଜ୍ୟୋତିରେଖା ପାତ୍ର ଯୋଗଦେଇ ଫଳକ ଉନ୍ମଚନ କରିଥିଲେ।ଏହି ପ୍ରକଳ୍ପ ଟି ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ଚାରିଲକ୍ଷ ଟଙ୍କା ର ଅନୁଦାନ ମିଳିଛି।ମାଉସୀ ମା ମନ୍ଦିର ନିମନ୍ତେ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନରୁ ଦାବୀ ରହିଥିଲାପୂଜକ ଭାବେ ମା କିଚକେଶ୍ବରୀ ଙ୍କ ପୂଜକ ଦିଲ୍ଲୀପ ପାଣିଗ୍ରାହୀ କାର୍ଯ୍ୟତୁଳାଇଥିଲେ।ଗ୍ରାମ ର ଶତାଧିକ ଲୋକ ଙ୍କ ସମାଗମ ହୋଇଥିଲା ।


