ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ଦ୍ୱିତୀୟ ଦିନରେ: ସରକାରୀ ବସ ଚଳାଚଳ ବନ୍ଦ:ଯାଞ୍ଚ ବ୍ୟବସ୍ଥା କଡାକଡି

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସିପିଆଇ ମାଓ ସଂଗଠନ ପକ୍ଷରୁ ବୁଧବାର ଠାରୁ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦିଆଯାଇଛି। ମାଓବାଦୀଙ୍କ ସହିଦ ସପ୍ତାହ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପାଳନ ହେବ। ଯଦିଓ କନ୍ଧମାଳରେ ମାଓବାଦୀ ଏ ନେଇ କୌଣସି ପୋଷ୍ଟର ମାରି ନାହାନ୍ତି। ତା ସତ୍ତ୍ବେ ଅନ୍ୟ ଜିଲ୍ଲାରେ ମାଓବାଦୀ ଦେଇଥିବା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କନ୍ଧମାଳରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି ହୋଇଛି। ଗାଡିମଟର ଯାଞ୍ଚ ସହ ଜିଲ୍ଲାର ସବୁ ପ୍ରବେଶ ପଥକୁ ସିଲ କରି ଦିଆଯାଇଛି।ସବୁ ଥାନାକୁ ନିଜ ନିଜ ଅଞ୍ଚଳରେ ସଜାଗ ରହିବା ସହ ଗାଡି ଯାଞ୍ଚ କଡାକଡି କରିବାକୁ କୁହାଯାଇଛି। ଅଜଣା ଲୋକଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି । ବିଶେଷତଃ ଜିଲ୍ଲାର ମାଓ ଉପଦ୍ରବ ତୁମୁଡିବନ୍ଧ, ଫିରିଙ୍ଗିଆ, ଗୋଛାପଡା, କୋଟଗଡ,ବାଲିଗୁଡା ଏବଂ କ.ନୂଆଗାଁ ଅଞ୍ଚଳରେ ଅପରେସନକୁ ଜୋରଦାର କରାଯାଇଥିବା ନେଇ ପୁଲିସ ସୁତ୍ରରୁ ଜଣା ପଡିଛି। ମାଓବାଦୀ ବନ୍ଦ ଡାକରା ଦେଇଥିବାରୁ ବୁଧବାର ଠାରୁ କନ୍ଧମାଳରେ ସମସ୍ତ ସରକାରୀ ବସ ଚଳାଚଳ ବନ୍ଦ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ