ମାଓବାଦୀ ଙ୍କ ବିସ୍ପୋରଣ ୨ ଯବାନ ଆହତ
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ସିଆରପିଏଫ କ୍ୟାମ୍ପ ନିକଟରେ ଗତ କାଲି ମାଓବାଦୀ ମାନେ ବିସ୍ପୋରଣ ପରେ ପୁଣି ତ୍ରିଲୋଚନ ପୁର ସିଆରପିଏଫ କ୍ୟାମ୍ପ ର ୪୦୦ ମିଟର ପୂର୍ବରୁ ଆଉ ଏକ ବିସ୍ପୋରଣ କରିଥିଲେ ମାଓବାଦୀ । ଏଥିରେ ଯବାନ ଙ୍କ ୨ ଗୋଟି ବାଇକ ନଷ୍ଟ ହୋଇଥିବା ବେଳେ ୨ ଜଣ ସିରପିଅଫ ଯବାନ ଆହତ ହୋଇଛନ୍ତି । ଏହାକୁ ଆଖି ଆଗରେ ରଖି ନିୟମଗିରି ଅଞ୍ଚଳ ରେ ଯବାନ ମାନେ କୁମ୍ବିଙ୍ଗ କୁ ଜୋରଦାର କରିଥିବା ବେଳେ ଆଜି ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ମାଓବାଦୀ ଙ୍କ ବିସ୍ପୋରଣ ଯୋଗୁ ସିଆରପିଏଫ ର ଦୁଇଟି କେମ୍ପ ଅଳ୍ପକେ ବର୍ତିଯାଇଥିବା ବେଳେ ଲାଞ୍ଜିଗଡ ଅଞ୍ଚଳ ରେ ମାଓବାଦୀ ମାନେ ନିଜ ସ୍ଥିତି ପୁଣି ଜାହିର କରିଛନ୍ତି ।