ମାଓବାଦୀ ଦମ୍ପତିଙ୍କ ସମେତ ୩୨ ଲକ୍ଷ୍ୟ ଇନାମୀ ୭ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ପୋଲିସ ନିକଟରେ ଜଣେ ମାଓବାଦୀ ଦମ୍ପତିଙ୍କ ସମେତ ୭ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ସୁକୁମା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଏହି ୭ମାଓବାଦୀଙ୍କ ନାମରେ ମୋଟ ୩୨ ଲକ୍ଷ ଇନାମ ରହିଛି। ସୁକୁମା ପୋଲିସ ଅଧୀକ୍ଷକ କିରଣ ଚୌହାନଙ୍କ ସମ୍ମୁଖରେ ଏହି ୭ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ସମସ୍ତେ ୨୦୨୧ ମସିହାରେ ଟେକାଲଗୁଡ଼ା ପୋଲିସ ମାଓବାଦୀ ଗୁଳି ବିନିମୟ ଘଟଣାରେ ଜଡିତ ଥିଲେ, ଯେଉଁଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ତେବେ ବର୍ତ୍ତମାନ ମାଓ ସଙ୍ଗଠନ ଦୁର୍ବଳ ହେବା ସହ ନୀତି ଆଦର୍ଶ ହରାଉଥିବାରୁ ଏହି ୭ ମାଓବାଦୀ ସାଧାରଣ ଜୀବନ ଜାପାନ ପାଇଁ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ସମସ୍ତଙ୍କୁ ୨୫ ହଜାର ପ୍ରୋତ୍ସାହନ ରାଶି ଦିଆଯିବା ସହ ସରକାରଙ୍କ ମାଓବାଦୀ ଥଇଥାନ ଏବଂ ପୁନର୍ବାସ ନୀତିର ଲାଭ ଦିଆଯିବ ବୋଲି ଏସପି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି।