ମାଓବାଦୀ ନାଁରେ ଧମକ ଦେଇ ଯୁବକ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଗତକିଛି ଦିନ ହେବ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ଧରାକୋଟ ଗ୍ରାମ ପଞ୍ଚାୟତର ଜିଆରଏସ କୁ ମୋବାଇଲରେ ଧମକ ମିଳିଥିବା ଅଭିଯୋଗ ହୋଇଥିଲା । କୋଟଗଡ ଥାନା ଅଧିକାରୀ  ହାରୋମନି ନାୟକ କହିବା ଅନୁଯାୟୀ  ଧରାକୋଟ ଗ୍ରାମପଞ୍ଚାୟତ ର ଜିଆରଏସ ଉତ୍ତମ ଉଠାଣ ସିଂଙ୍କୁ ଗୁମପଦର ଗାଁ ଜୋଡାବାଲି ଗ୍ରାମପଞ୍ଚାୟତର ହାରଣ ବିସି ମାଝି ନାମକ ଜଣେ ଯୁବକ ମୋବାଇଲରେ ମାଓବାଦୀ ନାମରେ ଧମକଚମକ ଦେବା ସହ ଟଙ୍କା ପଇସା ମାଗିବା ସହ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲା । ଜିଆରଏସ ଘର ଆଗରେ ଏକ ଲାଲ ରଙ୍ଗ କନାରେ ମୁଁ କହିବା ଅନୁଯାୟୀ  ସମସ୍ତ ପୂରଣ କର, ନଚେତ ଜୀବନରୁ ମାରି ଦେବି ବୋଲି ଧମକପୂର୍ଣ୍ଣ ପୋଷ୍ଟର ଲଗାଯାଇଥିଲା । ଏହାକୁ ନେଇ ଜିଆରଏସ ଉତ୍ତମ ଉଠାଣ ସିଂ ଗତ ୨୪/୧୧ ରେ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତି କରି କୋଟଗଡ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲେ ଏବଂ ଗୁରୁବାର ତାକୁ ଧରିବାରେ ସଫଳ ହୋଇଥିଲେ। କୋଟଗଡ ଥାନାରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ବାଲିଗୁଡା ଏସଡିପିଓ ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ