ମାଓବାଦୀ ନାମରେ ଚାନ୍ଦା ଆଦାୟ ଅଭିଯୋଗରେ ଛଅ ଗିରଫ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):କଳାହାଣ୍ଡି ଜ଼ିଲ୍ଲା ଏମ. ରାମପୁର ରେ ମାଓବାଦୀ ନାମରେ ଚାନ୍ଦା ଆଦାୟ ଅଭିଯୋଗରେ ଛଅ ଗିରଫ. ଗତ କିଛି ଦିନ ତଳେ ମାଓବାଦୀ ଙ୍କ ନାମରେ ଏମ ରାମପୁର ବ୍ଲକ ର କନିଷ୍ଟ ଯନ୍ତ୍ରୀ ଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଚାନ୍ଦା ମାଗିବା ସହ ହତ୍ୟା ଧମକ ଦିଆଯାଇଥିଲା. ଏହି ଘଟଣା ରେ କନିଷ୍ଟ ଯନ୍ତ୍ରୀ ଥାନା ରେ ଏତଲା ଦେଇଥିଲେ. ଏହାକୁ ନେଇ ଏମ. ରାମପୁର ପୋଲିସ ଛାନଭିନ କରିଥିଲା. ଆଜି ଏହି ଘଟଣା ରେ ଛଅ ଜଣଙ୍କୁ ପୋଲିସ ଗିରଫ କରି ଜେଲ କୁ ପଠାଇଦେଇଛି. ସେମାନେ ହେଲେ ଏମ. ରାମପୁର ବସଷ୍ଟାଣ୍ଡ ର ବିନାୟକ ମୋବାଇଲ ର ମାଲିକ ଟୁଲୁ ସାହୁ ଓ ତାର କର୍ମଚାରୀ, ଓ ଲଷ୍ମୀମୋବାଇଲ ର ମାଲିକ ସହିତ ସିଙ୍ଗପୁର ଅଂଚଳ ର ତିନି ଜଣ ଅଛନ୍ତି. ଏହି ଘଟଣା କୁ ନେଇ କେସିଙ୍ଗା ଏସ ଡି ପି ଓ ଗୁପ୍ତେଶ୍ୱର ଭୋଇ ତଦନ୍ତ ଜାରି ରଖିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ