ମାଓ ସପ୍ତାହ ରେ ମାଓ ପୋଷ୍ଟର ମାରି ଚେତାବନୀ ଦେଲେ ମାଓବାଦୀ
କଳାହାଣ୍ଡି, (ଓ୍ବାଇଏନ୍ଏସ୍):ସି ପି ଆଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓ ସଂଗଠନ ପକ୍ଷରୁ ୨୮ ତାରିଖ ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓ ସପ୍ତାହ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ମାଳି ଜୁବଙ୍ଗ ର ନିକଟରେ ମାଓବାଦୀ ଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ଏହି ପୋଷ୍ଟର ରେ ଠିକାଦାର ଦଲାଲ ମାନେ ରାସ୍ତା କାମ ରେ ଶ୍ରମିକ ମାନଙ୍କ ବଦଳ ରେ ମେସିନ ରେ କାମ ହେଉଥିବା କୁ ଵିରୋଧ କରିବା ସହ କମ ଟଙ୍କା ମଜୁରୀ ଦେଉଥିବା ଅଭିଯୋଗ କରିଛନ୍ତ ଆଗକୁ ଯଦି ଏପରି ଅଭିଯୋଗ ହୁଏ ତାହେଲେ ଠିକାଦାର ମାନଙ୍କୁ ପ୍ରଜା କୋର୍ଟ ରେ ଦଣ୍ଡ ଦେବା କୁ ଚେତାବନୀ ଦେଇଛନ୍ତି ପୋଷ୍ଟର ରେ କଳାହାଣ୍ଡି ରାୟଗଡା ଏରିଆ କମିଟି ଉଲ୍ଲେଖ ରହିଛି ଅନ୍ୟ ପଟେ ମାଓ ସପ୍ତାହ ପାଇଁ କଳାହାଣ୍ଡି ର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ କୁମ୍ବିଂ କୁ ଜୋରଦାର କରିଛି ପୋଲିସ।