ମାଓ ସମର୍ଥକ ଭୀମା ଦିଗାଳ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ସାରପାଟା ଗ୍ରାମର ମାଓ ସମର୍ଥକ ଭିମା ଦିଗାଳକୁ ରବିବାର ତୁମୁଡ଼ିବନ୍ଧ ପୁଲିସ ଗିରଫ କରିଛି। ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ସିର୍ଲା ପଞ୍ଚାୟତର କେହେଲଗୁଡା ଜଙ୍ଗଲରେ ମାଓବାଦୀ ଓ ପୁଲିସ୍ ମଧ୍ୟରେ ହୋଇଥିବା ଗୁଳି ବିନିମୟ ଯୋଗୁଁ ୪ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୬ ତାରିଖ ମଧ୍ୟ ପୁଣିଥରେ ପୁଲିସ୍-ମାଓବାଦୀ ମଧ୍ୟରେ ଗୁଳିବିନିମୟ ବେଳେ ଜଣେ ମାଓବାଦୀଙ୍କ ମୃତ୍ୟ ହୋଇଥିଲା। ସେହିଦିନ ଠାରୁ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା କର୍ମୀମାନେ କମ୍ବିଂ ଅପରେସନ ଜୋରଦାର କରୁଥିବା ବେଳେ ରବିବାର ଉକ୍ତ ମାଲେସିଆକୁ ଗିରଫ କରାଯାଇଛି। ପୁଲିସକୁ ମିଳିଥିବା ଏହି ସଫଳତା ପରେ ସୁରକ୍ଷାକର୍ମୀଙ୍କ ମନୋବଳ ବୃଦ୍ଧି ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ