ମାଗଣା ଖାଦ୍ୟର ଗୁଣବତ୍ତା ଓ ପରିଷ୍କାର,ସମଦୁରତା ଅନୁଧ୍ୟାନ କରୁଛନ୍ତି ସିଡିପିଓ
ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ):କରୋନା ସଂକ୍ରମଣ କୁ ମାତ ଦେବା ପାଈଁ ସରକାର ଓ ପ୍ରଶାସନ ବ୍ୟାପକ ପଦେକ୍ଷେପ ନେଉଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ଅଧିକାରୀ ମାନେ ଦିନ ରାତିଗୋଟେ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଳକ ର ସିଡିପିଓ ସଲୀଳ ପ୍ରଧାନ ଙ୍କ କାର୍ଯ୍ୟଶୈଳୀ ବେଶ ପ୍ରଶଂସନିୟ।ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ସିଡିପିଓ ପ୍ରଧାନ ଙ୍କ ତତ୍ୱାବଧନରେ ଶହେଛବିଶି ୟୁନିଟି ଘରଘର ବୁଲି କାର୍ଯ୍ୟକରିଥିଲେ । ସେହିପରି ନିଶାହୟ , ଭିକାରି, ଗରିବ ଲୋକଙ୍କୁ ପ୍ରତିଦିନ ଦିଆଯାଉଥିବା ମାଗଣା ଖାଦ୍ୟର ଗୁଣବତା , ଯାଞ୍ଚ କରିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ , ଓ ଦିନରେ ବିଭିନ୍ନ ପଂଚାୟତ ବୁଲିବା ସହ ପରିଷ୍କାର, ପରିଛନ୍ନତା, ମାସ୍କ ପିନ୍ଧିଥିବା, ସମଦୁରତା ରକ୍ଷା କରିବା କିପରି କ୍ରିୟାଶୀଳ ହୋଇପାରିବ ସେ ନିଜେ ଅନୁଧ୍ୟାନ କରିବା ସହ ଦାଇତ୍ୱ ରେ ଥିବା ସୁପରଭାଇଜ ର ଏହାକୁ କାର୍ଯ୍ୟକାରୀ କରୁଛନ୍ତି ନା ନାହିଁ ସେନେଇ ପରିଦର୍ଶନ କରୁଥିବାଦେଖା ଯାଇଛି । ସୁପରଭାଇଜର ରାଜେଶ୍ୱରୀ ବେହେରା, କଲାବତୀ ବେହେରା,ଭାରତୀ ବ୍ରହ୍ମା, ସୁନିତା ଦାଶ, ମିଶନ ଶକ୍ତି ର ବିପିସି ଚନ୍ଦନ ପାଢୀ ବିଭିନ୍ନ ପଞ୍ଚାୟତ ରେ ଦାୟିତ୍ୱ ରେ ଏହାର କାର୍ଯ୍ୟକରି କରୁଥିବା ଦେଖାଯାଇଛି ।


