ମାଗଣା ଖାଦ୍ୟ ପାଇଁ ଡେଟିଂରେ ଯାଆନ୍ତି ଅଧିକାଂଶ ଯୁବତୀ

ବର୍ତ୍ତମାନର ଜୀବନ ଶୈଳୀ ବଦଳିବାରେ ଲାଗିଛି । ଡେଟିଂ, ରୋମାନ୍ସ, ଆଫେୟାର୍ସ ଏବେ ଏହା ସାଧାରଣ କଥା ପାଲଟିଯାଇଛି । ହେଲେ ପ୍ରତି ୪ ଜଣରେ ଜଣେ ଯୁବତୀ ରୋମାନ୍ସ ବା ଆଫେୟାର୍ସ ପାଇଁ ଡେଟିଂରେ ଯାଆନ୍ତି ନାହିଁ ବରଂ ମାଗଣା ଖାଦ୍ୟ ପାଇଁ ଏମାନେ ଡେଟିଂରେ ଯାଇଥାଆନ୍ତି । ନିକଟରେ କରାଯାଇଥିବା ଏକ ଗବେଷଣା ଏପରି କହିଛି । ଏହାକୁ “ଫୁଡି କଲ୍’ ବୋଲି କୁହାଯାଉଛି । ଏଥିରେ ଯୁବତୀଟି ଏମିତି ଜଣେ ପୁରୁଷଙ୍କୁ ଡେଟ୍ କରନ୍ତି ଯାହାଙ୍କ ସହ ରୋମାନ୍ସ ନୁହେଁ କେବଳ ମାଗଣା ଖାଇବା ମିଳିପାରିବ । କାଲିଫର୍ନିଆ ସ୍ଥିତ ଅଜୁସା ପ୍ୟାସିଫିକ ୟୁନିର୍ଭସିଟି ଓ ୟୁନିଭର୍ସିଟି ଅଫ୍ କାଲିଫର୍ନିଆ ମେରେଡର ଗବେଷକମାନେ କହିଛନ୍ତି ଯେଉଁ ଯୁବତୀମାନେ “ଡାର୍କ ଟ୍ରାଉଡ’ରେ ଅଧିକ ସ୍କୋର କରିଛନ୍ତି ଓ ପାରମ୍ପରିକ ବ୍ୟବସ୍ଥାକୁ ବ୍ୟକ୍ତ କରିଛନ୍ତି ସେମାନେ “ଫୁଡି କଲ୍’ ସୂଚୀରେ ସାମିଲ ହୋଇଥାଆନ୍ତି । ଏକ ଅନ୍ଲାଇନ୍ ଅଧ୍ୟୟନରୁ ଜଣାପଡିଛି ଯେ ୨୩ରୁ ୩୩ ପ୍ରତିଶତ ଯୁବତୀ “ଫୁଡି କଲ୍’କୁ ଗ୍ରହଣ କରିଥାଆନ୍ତି । ସମୟ କ୍ରମେ ଏଥିରେ ପରିବର୍ତ୍ତନ ହେବ ବୋଲି ଗବେଷକମାନେ କହିଛନ୍ତି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ