ମାଗଣା ଗ୍ରାମାଞ୍ଚଳ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଆଇଆରଇଏଲ୍ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମନ ଠାରେ ରବିବାର ମାଗଣା ଗ୍ରାମାଞ୍ଚଳ କ୍ରୀଡା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଆଇଆରଇ ଉପମହାପ୍ରବନ୍ଧକ (ମାନବ ସମ୍ବଳ) ଗତି କୃଷ୍ଣ ନାୟକ, ମୁଖ୍ୟ ପ୍ରବନ୍ଧକ(ମାନବ ସମ୍ବଳ) ଏସ୍.ଏସ୍.ମଲ୍ଲିକ, ସୁରେଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । କବାଡି (ପୁରୁଷ ଓ ମହିଳା) ୧୫ ଜଣ ଲେଖାଁଏ, ଖୋ-ଖୋରେ ଉଭୟ ବର୍ଗର ୧୫ ଜଣ ଲେଖାଁଏ ସମୁଦାୟ ୬୦ ଜଣଙ୍କୁ ମାଗଣାରେ କ୍ରୀଡା ପ୍ରଶିକ୍ଷଣ ପ୍ରଦାନ କରାଯିବ । ସେମାନଙ୍କୁ ଖାଇବା ଏବଂ ଜର୍ସିର ବ୍ୟବସ୍ଥା ଆଇଆରଇ ତରଫରୁ କରାଯାଇଛି । ଶିକ୍ଷାର୍ଥୀମାନଙ୍କୁ ସରୋଜ କୁମାର ପାଢୀ, ସୁଶାନ୍ତ କୁମାର ନାୟକ, କେ.ରଘୁନାଥ ରେଡ୍ଡି, ସୁମା ଦାସ, ସୁନିତା ପାତ୍ର ଓ କାର୍ତିକ ପଟ୍ଟନାୟକ ପ୍ରମୁଖ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଡ.ଅନିତା ମିଶ୍ର, ସୟଦ ମୁକ୍ତାର ଏବଂ ଆୟୁବ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।