ମାଗଣା ଚକ୍ଷୁ ଚିକିତ୍ସା ଶିବିର

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ କୋଣାର୍କ ସେବା ସଂଗଠନ ଓ ଡ଼ା. ଅଗ୍ରୱାଲ ଆଇ ହସ୍ପିଟାଲ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନ ଏ ସି ର ନଗରପାଳ ସଂଯୁକ୍ତା ତ୍ରିପାଠୀ, ଉପ ନଗରପାଳ ସୁରେଶ ଚନ୍ଦ୍ର ରାଉତରାୟ, କୋଣାର୍କ ସାହିତ୍ୟ ସଂସଦ ସମ୍ପାଦକ ରବୀନ୍ଦ୍ରନାଥ ବାହିନୀପତି,ଶୋଭନିୟ ଶିକ୍ଷାଶ୍ରମ ର ଅଧକ୍ଷା ବିଦୁଲତା ଶତପଥି, କାଳୀ ମନ୍ଦିର ମୁଖ୍ୟ ଦୁଃଶାସନ ନାୟକ, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲିକ,ସମାଜସେଵୀ ରାମକୃଷ୍ଣ ମହାନ୍ତି,ସାମାଜିକ କର୍ମୀ ହୃଦାନନ୍ଦ ସେଠି,୫ ନମ୍ବର ୱାଡ଼ କାଉସିଲର ନିହାର ରଞ୍ଜନ ବେଉରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଚକ୍ଷୁ ଚିକିତ୍ସା ଶିବିରଟି ସକାଳ ୧୦ ରୁ ୨ ଟା ପଯ୍ୟନ୍ତ ଚାଲିଥିଲା।ଏହି ଚିକିତ୍ସା ଶିବିରରେ ୬୮ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଚିକିତ୍ସା କରାଯାଇଥିଲା। ଏହି ଚିକିତ୍ସା ଶିବିରକୁ ଗୀତାଞ୍ଜଳି ସାହୁ, ମନୋରମା ମିଶ୍ର,ପ୍ରଦୀପ୍ତ କୁମାର ପ୍ରଧାନ, ପ୍ରିୟ ରଂଜନ ରଥ,ନିରଞ୍ଜନ ତ୍ରିପାଠୀ, ବ୍ରଜବନ୍ଧୁ ବିଶ୍ୱାଳଓ ସମ୍ପାଦକ କୁନାଲ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ