ମାଗଣା ଚକ୍ଷୁ ଚିକିତ୍ସା ଶିବିର

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଂଜିଳିକାଟୁ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ରବିବାର ସ୍ଥାନୀୟ ପୌରାଂଚଳ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏକ ମାଗଣା ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଓ ସମ୍ମାନିତ ଅତିଥି ଭାବେ ଏଲ.ବି, ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ପ୍ରଶାସକ ଆଲୋକ କୁମାର ସ୍ୱାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଆୟୋଜିତ ଶିବିରରେ ଏଲ.ବି, ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡ଼ାକ୍ତର ରଶ୍ମି ରଂଜନ ଯୋଗଦେଇ ୧୧୮ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ମାଗଣାରେ ଔଷକ୍ଷ ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ୪୨ ଜଣ ରୋଗୀଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ମାଗଣାରେ ଅତ୍ସୋପଚାର କରାଯିବା ସକାଶେ ବ୍ରହ୍ମପୁର ପଠାଯାଇଥିଲା । ଏଲ.ବି, ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ବହୁ କର୍ମଚାରୀଙ୍କ ସମେତ ତ୍ରିରଙ୍ଗା ସେବା ସଂଘର ସଭାପତି ରଂଜନ କୁମାର ସାହୁ, ଉପସଭାପତି ପ୍ରଭାତ କୁମାର ମହାରଣା, ନିଳମାଧବ ପାତ୍ର, ସିପୁନ ପାଠି, କିରଣ ପୃଷ୍ଟି, ନିରଂଜନ ସାହୁ, ବିଘ୍ନଜିତ ମହାରଣା, ଶିବ ବାଡ଼ତ୍ୟା, ସୁମନ ସାହୁ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସରୋଜ ପାତ୍ର, ବଳରାମ ପାତ୍ର, ଅନିଲ ପୃଷ୍ଟି ଅମର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ