ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
ଯାଜପୁର : ଦଶରଥପୁର ବ୍ଲକ କଂଟାବଣିଆ ଠାରେ କେୟାର ନେତ୍ରମ ଓ ଭିଜନ କେୟାର ଆଇ ହସ୍ପିଟାଲ ର ମିଳିତ ଉଦ୍ୟମରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଅସନପୁର ସରପଂଚ ଦିବାକର ସାହୁ ଉଦଘାଟନ କରିଥିଲେ । ଏହି ଶିବିରରେ ୧୫୦ରୁ ଉର୍ଦ୍ଧ ରୋଗୀ ନିଜର ଆଖି ପରିକ୍ଷା କରିଥିଲେ । ଅନୁଷ୍ଠାନ ପକ୍ଷରୁ ରୋଗୀ ମାନଙ୍କୁ ମାଗଣାରେ ଚଷମା ସହିତ ଔଷଧ ବଂଟନ କରାଯାଇଥିଲା । ସେଥି ମଧ୍ୟରୁ ୧୬ ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅପରେସନ ପାଇଁ ଚିହ୍ନଟ କରାଯାଇଥିଲା । ଚିହ୍ଟ ରୋଗୀ ମାନଙ୍କୁ ଭିଜନ କେୟାର ଆଇ ହସ୍ପିଟାଲରେ ମୋତିଆବିନ୍ଦୁ ଅପରେସନ କରାଯିବ ।