ମାଗଣା ଚକ୍ଷୁ ପରୀକ୍ଷା ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୂମିକା ହସ୍ପିଟାଲର ଚକ୍ଷୁ ପରୀକ୍ଷକ ମାନେ ଯୋଗଦେଇ ଶିବିରକୁ ଆସିଥିବା ଅସହାୟ, ଗରୀବ ଲୋକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ବିଶେଷ କରି ଶିବିରରେ ମୋଟ ୪୨ଜଣ ବ୍ୟକ୍ତିଙ୍କର ମୋତିଆ ବିନ୍ଦୁ ଚିହ୍ନଟ ହୋଇଥିବା ବେଳେ ମାଗଣା ଅସ୍ତ୍ରୋପଚାର ପାଇଁ ସେମାନଙ୍କୁ ମେଡିକାଲ ପଠାଯାଇଥିଲା । ଏହାଛଡା ଅନ୍ୟାନ୍ୟ ଚକ୍ଷୁ ରୋଗୀଙ୍କୁ ମଧ୍ୟ ପରୀକ୍ଷା ନିରୀକ୍ଷା କରାଯାଇ ମାଗଣାରେ ଔଷଧ ବିତରଣ କରଯାଇଥିଲା । ଶିବିରକୁ ଟ୍ରଷ୍ଟ ପ୍ରତିଷ୍ଠାତା ତ୍ରିଲୋଚନ ଦାସ, ସମ୍ପାଦିକା ପୂଜାରାଣୀ ବେହେରା, ରତିକାନ୍ତ ନାୟକ, ତୋଫାନୀ ପଣ୍ଡା, ବିନୋଦ ବାରିକ ପ୍ରମୁଖ ପରିଚାଳନା କରିଥିଲେ ।