ଟାଟା -ବାଦାମପାହାଡ଼ ରେଳପଥକୁ ମାଗଣା ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖି ନିବେଦନକଲେ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ର ବହୁପ୍ରତିକ୍ଷୀତ ଟାଟା -ବାଦାମପାହାଡ଼ ରେଳପଥ କୁ କେନ୍ଦୁଝର ପର୍ଯ୍ୟନ୍ତ ସଂମ୍ପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଏବଂ ଏହି ପ୍ରକଳ୍ପ ପାଇଁ ରାଜ୍ୟସରକାର ମାଗଣା ରେ ଜମି ଦେବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି ଏହି ରେଳପଥ ହେଲେ ଦେଶର ଗୁରୁତ୍ୱପୂର୍ଣ ଷ୍ଟିଲ ହବ ପାଲଟିଥିବା କଳିଙ୍ଗନଗର ସହିତ ଷ୍ଟିଲ ନଗରୀ ଜାମସେଦପୁର ସହିତ ସଂଯୋଗ ହେବା ସହିତ କଳିଙ୍ଗନଗର ରୁ ଜାମସେଦପୁର ରାସ୍ତାରେ ଚାଳିଶ କିଲୋମିଟର ଦୂରତା କମ ହେବ । ଏହା ସହିତ ବିକଳ୍ପ ଭାବେ ଖଣିଜ ପରିବହନ ପାଇଁ ରାସ୍ତା ହୋଇପାରିବ ବୋଲି କହିଛନ୍ତି ଏବଂ ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ସମସ୍ତ ଜମି ମାଗଣା ରେ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ ଅଂଚଳବାସୀଙ୍କ ଆଶା ଉଜ୍ଜୀବିତ ହୋଇଛି । ଉଲ୍ଲେଖ ଯୋଗ୍ୟ ଯେ ମୟୁରଭଞ୍ଜ ଜିଲ୍ଲା ଏକପ୍ରାକୃତିକ ସମ୍ପଦ ଭରା ଆଦିବାସୀ ବହୁଳ ଅନୁନ୍ନତ ଜିଲ୍ଲା ଭାବେ ଜଣା ଜିଲ୍ଲାର ପାଞ୍ଚପିଢ଼ ଉପଖଣ୍ଡ ମଧ୍ୟ ପ୍ରାକୃତିକ ସମ୍ପଦ ରେ ଭରି ରହିଛି କିନ୍ତୁ ସେସବୁର ଉପଯୋଗ ହୋଇପାରୁନାହିଁ ଜିଲ୍ଲା ତଥା ଉପଖଣ୍ଡରେ ଅନେକ ଐତିହାସିକ କୀର୍ତ୍ତିରାଜି ଓ ପର୍ଯ୍ୟଟନ ସ୍ଥଳୀ ଥିଲେ ମଧ୍ୟ ଅଧିକରୁ ଅଧିକ ପର୍ଯ୍ୟଟକ ଗମନା ଗମନ ର ସୁବିଧା ନଥିବାରୁ ଆସିପାରୁନାହାନ୍ତି ଉପଖଣ୍ଡ ରେ ଗମନାଗମନ ପାଇଁ ସଡ଼କ ପଥ ହିଁ ଏକ ମାତ୍ର ମାଧ୍ୟମ ଫଳରେ ଅଞ୍ଚଳରେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରୁନି କି ଅଞ୍ଚଳ ର ବ୍ୟବସାୟୀ, ପର୍ଯ୍ୟଟନ ରୁ ରୋଜଗାର କରୁଥିବା ଯୁବକ ଯୁବତୀ ରୋଜଗାର ହରାଉଛନ୍ତି ସରକାର ମଧ୍ୟ ପାଇବାକୁ ଥିବା ରାଜସ୍ୱ ହରାଉଛନ୍ତି । ତେବେ ଉପଖଣ୍ଡ କୁ ରେଳ ସଂଯୋଗ ପାଇଁ ଦୀର୍ଘ ଦିନରୁ ଦାବୀ ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ନାହିଁ ଲୋକେ ସବୁବେଳେ ରେଳ ବଜେଟ କୁ ଚାହିଁ ବସିଥାନ୍ତି ଓ ଶେଷରେ ନିରାଶ ହୁଅନ୍ତି । ଗତ ସାଧାରଣ ନିର୍ବାଚନ ପ୍ରଚାର ସମୟରେ ବିଜେପି ର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ,ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ସରକାର ଗଠନ ହେଲେ ଅଞ୍ଚଳକୁ ରେଳ ସଂଯୋଗୀକରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏବଂ ବର୍ତମାନ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ଓ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ଖୁବ ଶୀଘ୍ର ରେଳ ସଂଯୋଗ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଥିଲେ । ସାଂସଦ ଭାବେ ନିର୍ବାଚିତ ହେବାପରେ ଭାରତର ସର୍ବକନିଷ୍ଟ କେନ୍ଦୁଝର ଲୋକସଭା ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ପାଞ୍ଚପିଢ଼ କୁ ରେଳ ସଂଯୋଗୀକରଣ ପାଇଁ ଟାଟା -ବାଦାମପାହାଡ଼ ରେଳପଥ କୁ କେନ୍ଦୁଝର ପର୍ଯ୍ୟନ୍ତ ଯଶିପୁର, କରଞ୍ଜିଆ ଦେଇ ସଂମ୍ପ୍ରସାରଣ କରିବାକୁ ଦୃଢ଼ ଦାବୀ ଉପସ୍ଥାପନ ସହିତପ୍ରଧାନମନ୍ତ୍ରୀ ଓ ତତ୍କାଳୀନ ରେଳ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଥିଲେ । ସେହିପରି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ରେ ସମାନ ଦାବୀ ଉପସ୍ଥାପନ କରିଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଏହି ଘୋଷଣା ପରେ ଉପଖଣ୍ଡ ବାସୀଙ୍କ ରେ ସ୍ବପ୍ନ ପୂରଣ ହେବ ବୋଲି ଲୋକେ ଆଶା ବାନ୍ଧି ବସିଛନ୍ତି । ଦେଖିବାକୁ ବାକି ରହିଲା କେନ୍ଦ୍ର ମନ୍ତ୍ରୀ ଙ୍କ ଘୋଷଣା କେବେ କାର୍ଯ୍ୟକାରୀ ହେଉଛି ନିର୍ବାଚିତ ଲୋକ ପ୍ରତିନିଧି ମାନେ କେତେଦୂର ନିଜ ଅଞ୍ଚଳ ର ସମସ୍ୟା ସମାଧାନ ରେ ସଫଳ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ