ମାଗଣା ଦନ୍ତ ସୁରକ୍ଷା ଓ ସଚେତନତା ଶିବିର

ଭୁବନେଶ୍ୱର-  ନୟାପଲ୍ଲୀ ବ୍ରିଟ୍ କଲୋନୀସ୍ଥିତ ଲିଟିଲ୍ ଷ୍ଟେପ୍ ପ୍ଲେ ସ୍କୁଲ ପରିସରରେ କଟକ ଶ୍ରୀରାମଚନ୍ଦ ଭଞ୍ଜ ମେଡ଼ିକାଲର ଦନ୍ତ ବିଭାଗ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକ ବିକାଶ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଦନ୍ତ ସୁରକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ବିଶିଷ୍ଟି ସମାଜସେବୀ ଉପାସନା ରାଓ ଉଦ୍‌ଘାଟନ କରିଥିଲେ । ଛୋଟ ଛୋଟ ଛାତ୍ରଛାତ୍ରୀମାନଙ୍କର ଦନ୍ତ ପରୀକ୍ଷା କରାଯାଇ ନିୟମିତ ଭାବରେ ଦାନ୍ତର ଯତ୍ନ କିପରି ନିଆଯାଏ, ସେ ସମ୍ପର୍କରେ ଶିକ୍ଷାଦାନ ଦିଆଯାଇଥିଲା । ଲୋକ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷ ସୁଧୀର ଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏଡି ଶିବିରରେ ଡ଼ାକ୍ତର ଶିଳ୍ପା ମହାପାତ୍ର, ଡ଼ାକ୍ତର ରବିନ୍ଦ୍ର ପ୍ରସାଦ ରାଉତ, ଡ଼ାକ୍ତର ଅତୁଲ୍ୟ ସୁକୁର, ଡ଼ାକ୍ତର ଅଭିଷିକ୍ତା ବିଶ୍ୱାଳ ଏବଂ ସହୟାକ ଜୟଦେବ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଶିବିରକୁ ସ୍କୁଲ୍‌ର ଅଧ୍ୟକ୍ଷ ବିପିନ ବିହାରୀ ପାଢୀ, ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ନାୟକ, କବିତା ସାହୁ, ବିଶ୍ୱେଶ୍ୱରରୀ ପଟ୍ଟନାୟକ, ସ୍ନିଗ୍‌ଧା ଦାସ, ଭାରତୀ ପଟ୍ଟନାୟକ, ଅନୁସ୍ୱୟା ରାଉତ ଏବଂ ସମାଜସେବୀ ସୁମନ୍ତ ସ୍ୱାଇଁ, ସ୍ନେହଲତା ଦାସ, ରୀତାରାଣି ରଥ, ମାନସୀ ଦାସ, ସୁଜାତା ରଥ, ମମତା ଷଡ଼ଙ୍ଗୀ, ସସ୍ମିତା ବିଶ୍ୱାଳ, ବବିତା ଖାଡ଼େଙ୍ଗା, ସୁଜାତା ମହାନ୍ତି, ତିଳୋତ୍ତମା ସାହୁ, ଇନ୍ଦ୍ରାଣି ବେହେରା ପ୍ରମୁଖ ସୁଚାରୂ ରୂପେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ