ମାଗଣା ବୁଷ୍ଟର ଡୋଜ ଶୁଭାରମ୍ଭ : ପ୍ରଥମ ଦିବସରେ ୨୪୦ ଜଣ ଟୀକା ନେଲେ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଶୁକ୍ରବାର ଠାରୁ ଆରମ୍ଭ ହେଲା ମାଗଣା ବୁଷ୍ଟର ଡୋଜର କାର୍ଯ୍ୟକ୍ରମ।ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଜୀଙ୍କ ଦୃଢ଼ ନିଷ୍ପତ୍ତି ଓ ସମୟୋଯୋଗୀ ପଦକ୍ଷେପ ଯୋଗୁଁ ଏହା କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର ସରକାରଙ୍କ ୭୫ଦିନିଆ-“କୋଭିଡ ଟୀକାକରଣ ଅମୃତ ମହୋତ୍ସବ “କାର୍ଯ୍ୟକ୍ରମ ଅନୁଯାୟୀ ମାଗଣାରେ ମିଳିବ ଟୀକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଫଳରେ ରାଜ୍ୟର ସରକାରୀ ଟୀକାକରଣ କେନ୍ଦ୍ରରେ ୧୮ରୁ ୫୯ ବର୍ଷ ବୟସ୍କଙ୍କ ମିଳିବ ମାଗଣା ପ୍ରିକସନ ଡୋଜ।ରାଜ୍ୟର ପ୍ରାୟ୩ ହଜାର ସରକାରୀ ଟୀକାକରଣ କେନ୍ଦ୍ର ଓ କଲେଜରେ ମଧ୍ୟ ମାଗଣା ଟିକାଦାନ ବ୍ୟବସ୍ଥା ହେବ । ଏହି ବୟସ ବର୍ଗରେ ୨ କୋଟି୬୫ ଲକ୍ଷରୁ ଉର୍ଦ୍ଧ୍ବ ଟିକା ନେବାକୁ ଅଛନ୍ତି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।ଏହି କ୍ରମରେ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଲକ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ମାଗଣା ବୁଷ୍ଟର ଡୋଜ ବଡ ଅଭିଯାନର ଶୁଭାରମ୍ଭ ହୋଇଥିଲା । ବ୍ରହ୍ମପୁର ଜିଲ୍ଲା ପ୍ରୋଗ୍ରାମ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୁରୁଣା ମେଡ଼ିକାଲ କୋଠାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୋୖରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ବିଡ଼ିଓ ସୁବ୍ରତ କୁମାର ଜେନା ଓ ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା କୁମାରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ପୋୖରାଧ୍ୟକ୍ଷ କୋଭାକସିନ ଓ କୋଭିସିଲଡ଼ ଇଂଜେକସନ ବକ୍ସକୁ ରିବନ କାଟି ଶୁଭାରମ୍ଭ କରିଥିଲେ।ପ୍ରଥମ ଦିବସରେ କୋଭାକସିନ ୭୦ ଜଣ ଓ କୋଭାସିଲଡ଼ ୧୭୦ଜଣଙ୍କୁ ବୁଷ୍ଟର ଡୋଜ ଦିଆ ଯାଇଛି ବୋଲି ବିପିଏମ ଶଶାଙ୍କ ଶେଖର ପଣ୍ଡା ଓ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଅଶୋକ କୁମାର ମିଶ୍ର ସୂଚନା ଦେଇଛନ୍ତି । ପୁରୁଷ ସ୍ୱାସ୍ଥ୍ୟ କର୍ମୀ ହରିହର ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଟୀକାକରଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ