ମାଗଣା ମଧୁମେହ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ବୁଢୀଜାଗୁଳାଇ ପୀଠ ଚିତବିନୋଦନ କେନ୍ଦ୍ର ଠାରେ ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ଆନୁକୁଲ୍ୟରେ ଏକ ମାଗଣା ମଧୁମେହ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ସାମାଜିକ କର୍ମୀ ନିରଞ୍ଜନ କୁଅଁରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମକୁ ସରପଞ୍ଚ ଅଲିଭା ନାୟକ ଉଦଘାଟନ କରିଥିବାବେଳେ ଡାକ୍ତର ରଣଜିତ ଖଟୁଆ ଯୋଗଦେଇ ମଧୁମେହ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ । ଏଥିରେ ସ୍ଥାନୀୟ ହାଜିପୁର, ଆକୁଲିକଣା, ସୁରୁବଣ, ରାଢୋ, ରହଣିଆ, ବେଲଗଡିଆ ପ୍ରମୁଖ ଗ୍ରାମର ମଧୁମେହ ରୋଗୀ ଯୋଗଦେଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଫାଉଣ୍ଡେସନ ପକ୍ଷରୁ ଦୟାନିଧି ପଣ୍ଡା, ରଞ୍ଜନ କୁମାର ରାଉତ, ପ୍ରଦୀପ ପୁହାଣ, ସରୋଜ ବାରିକ, ସତ୍ୟରଞ୍ଜନ ମହାନ୍ତି, ସୁବାଷିଶ ସାମଲ ମଧୁମେହ ରୋଗୀଙ୍କ ରକ୍ତ ସହିତ ଉଚ୍ଚ ରକ୍ତଚାପ ପରୀକ୍ଷା କରିଥିଲେ । କାର୍ଯ୍ୟକ୍ରମକୁ ଅଜିତ ସାମଲ, ଦୀପକ ରାଉତ, ଚିନ୍ମୟ ପାତ୍ର, ପ୍ରକାଶ ନାୟକ, ରଞ୍ଜନ ସାମଲ, ଜ୍ୟୋତି ନାୟକ, ଜ୍ଞାନ ରଞ୍ଜନ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ