ମାଗଣା ମୋତିଆବିନ୍ଦୁ ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ସ୍ଥାନୀୟ ବ୍ଳକ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ଓ ଏଲରଗନ ଓ ସାଇଟ୍ ସେଭରସ୍ ଇଣ୍ଡିଆର ମିଳିତ ସହଯୋଗରେ ସୋମବାର ସ୍ଥାନୀୟ ପୌରାଂଚଳ ଆଙ୍କୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମାଗଣା ମୋତିଆବିନ୍ଦୁ ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଶିବିରରେ ଅତିଥି ଭାବେ ପୂର୍ବତନ ୱାର୍ଡ଼ସଭ୍ୟ ଯୁଧିଷ୍ଟିର ସ୍ୱାଇଁ, ଯୋଗେନ୍ଦ୍ର ନାରାୟଣ ଖାଡ଼ଙ୍ଗା, ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗୌରୀ ଚୌଧୁରୀ, ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାପାତ୍ର, ଶିବରାମ ଦଳାଇ, ଅଶୋକ ଚୌଧୁରୀ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜିତ ଶିବିରରେ ୬୨ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ୯ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ୨୪ଜଣଙ୍କୁ ମାଗଣା ପରଳ ଚିକିତ୍ସା ଓ ୩ଜଣଙ୍କୁ ମୋତିଆବିନ୍ଦୁ ଚିହ୍ନଟ କରାଯାଇ ଚିକିତ୍ସା ସକାଶେ ହସପିଟାଲକୁ ପଠାଯାଇଥିଲା । ଆୟୋଜିତ ଶିବିରରେ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟର କ୍ୟାମ୍ପ ମ୍ୟାନେଜର ନଳୀନିକାନ୍ତ ରାଉତ, ମୁଖ୍ୟ ଅପଟୋମେଟ୍ରିଷ୍ଟ ସିଏଚ ଭୂବନେଶ୍ୱର, ସ୍ନିଗ୍ଧାରାଣୀ ଜ୍ନୋ ଓ ଇପିଲି ସାକିଲି ପ୍ରମୁଖ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ