ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଏକ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।ଦେଵଜ୍ୟୋତି ଫାଉଣ୍ଡେସନ ଓ ଭୂମିକା ଚକ୍ଷୁ ହସ୍ପିଟାଲ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଶିବିରକୁ ସମାଜ ସେବୀ ଵଦ୍ରୀନାରାୟଣ ଧଳ ଉଦଘାଟନ କରିଥିଲେ। ଟ୍ରଷ୍ଟ ପକ୍ଷରୁ ବିକାଶ ନାୟକ ଓ ବିପ୍ଲବ ମଙ୍ଗରାଜଙ୍କ ସଂଯୋଜିତ କାର୍ଯକ୍ରମ ରେ ସ୍ଥାନୀୟ ସରପଞ୍ଚ ସୁଵାସିନୀ ନାୟକ, ସମିତି ସଭ୍ୟା ଝୁନା ରାଣୀ ଧଳ, ସାମାଜିକ କର୍ମୀ ବିରେନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ। ଶିବିରରେ ମୋଟ ୩୭ଜଣଙ୍କ ଚକ୍ଷୁ ପରୀକ୍ଷା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ମେଡିକାଲ ପଠାଯାଇଥିଲା। ଡାକ୍ତର ସୁପ୍ରିୟା ସାହୁ ଓ ରବିନ୍ଦ୍ର ଜେନା ସମସ୍ତ ଚକ୍ଷୁ ରୋଗୀଙ୍କ ପରୀକ୍ଷା ନିରୀକ୍ଷା କରିଥିଲେ। ଶିବିରକୁ ଅକ୍ଷୟ ବଳ, ଦିବ୍ୟସିଂ ରାୟ, ଲଳିତ ନାୟକ, ବିଶ୍ବମ୍ବର ମହାନ୍ତି, ଶ୍ରୀନାଥ ନାୟକ, ସତ୍ୟରଞ୍ଜନ ନାୟକ,ଦୀପକ ନାୟକ, ଗଙ୍ଗାଧର ସାମଲ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ