ମାଗଣା ରାସନ ଚାଉଳ ପାଇଁ ଦାବି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ୨୩ଗୋଟି ପଂଚାୟତ ଅଂଚଳରେ କରୋନା ମହାମାରୀ ପାଇଁ ତିନି ମାସର ମାଗଣା ରେସନ ଚାଉଳ ଯୋଗାଯାଇଥିଲା। ଚଳିତ ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ସବୁ ବର୍ଗର ରାସନ କାର୍ଡ ଧାରୀଙ୍କ ପାଇଁ ମାଗଣା ରାସନ ଚାଉଳ ଓ ଗହମ ଯୋଗାଯିବ ବୋଲି ଘୋଷଣା କରିଥିଲେ। ତଦନୁସାରେ ମୁଣ୍ଡ ପିଛା ୫କେଜି ଶସ୍ୟ ଡିଲର ମାନଙ୍କ ତରଫରୁ ଯୋଗାଇ ଦିଆଯାଇଛି। ଯୋଗାଣ ବିଭାଗ ପକ୍ଷରୁ ଶତକଡା ୮୦ଭାଗ ସାମଗ୍ରୀ ଏଥିପାଇଁ ଯୋଗାଯାଇଥିବା ବେଳେ ଆହୁରି ୨୦ଭାଗ ସାମଗ୍ରୀ ଯୋଗା ଯାଇନଥିବାରୁ ଅନେକ ହିତାଧିକାରୀ ମାଗଣା ରାସନ ସାମଗ୍ରୀରୁ ବଞ୍ଚିତ ହୋଇଛନ୍ତି। ମୋଟ ୧୧୯୧୯.୫୪ କୁଇଣ୍ଟାଲ ମାଗଣା ଶସ୍ୟ ଆବଶ୍ୟକ ଥିବାବେଳେ ମିଳିଛି ୯୫୩୫.୦୦କୁଇଣ୍ଟାଲ। ଏପଟେ ଯେତେ ଶୀଘ୍ର ଡିଲର ମାନେ ମାଗଣା ସାମଗ୍ରୀ ବଣ୍ଟନ କରି ବିନିଯୋଗ ପ୍ରମାଣପତ୍ର ଦାଖଲ କରିବେ ସେତେଶିଘ୍ର ବିଭାଗ ପକ୍ଷରୁ ବକେୟା ସଶ୍ୟ ଯୋଗା ଯିବବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ