ମାଗଣା ସ୍ୱାସ୍ଥ୍ୟ ଶିବିର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ଅର୍ଜୁନଡ଼ିହା ଠାରେ ଇଲେକ୍ଟ୍ରୋ ହୋମିଓ ପାଥି ଉଦ୍ଭାବକ ଡ଼ଃ କାଉଣ୍ଟ ସିଜର ମେଟି ଙ୍କ ଜନ୍ମ ମାସ ଉପଲକ୍ଷେ ଝାରପୋଖରିଆ ଠାରେ ଥିବା ଇଲକ୍ଟ୍ରୋ ହୋମିଓ ଦୟାଲ କ୍ଲିନିକ୍ ତରଫରୁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଡ଼ଃ ଚୂଡ଼ାମଣି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଡ଼ଃ ଚୂଡ଼ାମଣି ପାତ୍ରଙ୍କ ସଭାପତିତ୍ବ ରେ ହୋଇଥିବା ଏହି ମାଗଣା ସେବା ଶିବିର ରେ ବିଭିନ୍ନ ରାଜ୍ୟରୁ ଇଲକ୍ଟ୍ରୋ ହୋମିଓ ଡାକ୍ତର ମାନେ ଉପସ୍ଥିତ ଥିଲେ । ଶିବିରରେ ମୁଖ୍ୟ ଅତିଥି ଭାବେ ସାରସକଣା ପୂର୍ବତନ ବିଧାୟକ ଡ଼ଃ ବୁଢ଼ାନ ମୁର୍ମୁ ଯୋଗଦେଇ ଥିବା ବେଳେ ଅତିଥି ଭାବେ ଭୁବନେଶ୍ୱର ରୁ ବରିଷ୍ଠ ଡ଼ଃ ସୁଶାନ୍ତ କୁମାର ହୋତା , ବାଙ୍ଗିରିପୋଷି ରୁ ବରିଷ୍ଠ ଡ଼ଃ ଗୋପାଲ ଚନ୍ଦ୍ର ସାହୁ , ଗୁଜୁରାଟ ସୁରତ ରୁ ଡ଼ଃ ବିନୀତ କୁମାର ଗୋୟେଲ, ଅହମଦାବାଦ ରୁ ଡ଼ଃ ଏସ. ଜି. ଚୌହାନ , ଝାରଖଣ୍ଡ ରାଜ୍ୟ ବହରାଗୋଡ଼ା ରୁ ମନୋରଞ୍ଜନ ସେନାପତି ଓ ଝାରପୋଖରିଆ ଇଲେକ୍ଟ୍ରୋ ହୋମିଓ ମେଡ଼ିକାଲ ଇନଷ୍ଟିଚ୍ୟୁଟ ର ଅଧ୍ୟକ୍ଷ ଡ଼ଃ ଫକୀର ଚନ୍ଦ୍ର ସେନାପତି ଏବଂ ଡ଼ଃ କୁଳବହ୍ଲବ ପାତ୍ର ସହିତ ଅନେକ ଡାକ୍ତର ମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇ ଥିଲା । ଡ଼ଃ ରଞ୍ଜନ ଶେଖର ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ଃ ବିଜୟ କୁମାର ନାଏକ ଟଙ୍କା ସାଥି ମାନଙ୍କ ସହିତ ସ୍ବାଗତ ସଙ୍ଗୀତ ଗାନ କରିବା ସହିତ ଇଲକ୍ଟ୍ରୋ ହମିଓ ଉଦ୍ଭାବକ କାଉଣ୍ଟ ସିଜର ମେଟୀ ଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ଗାନ କରିଥିଲେ । ଉକ୍ତ ଶିବିରରେ ପ୍ରାୟ ୬୦ ରୁ ଉର୍ଦ୍ଧ ରୋଗୀମାନଙ୍କୁ ଆସିଥିବା ଡାକ୍ତର ମାନଙ୍କ ଦ୍ଵାରା ମାଗଣା ଚିକିତ୍ସା କରାଯାଇଥିବା ସହିତ ମାଗଣାରେ ଔଷଧ ବଣ୍ଟନ କରାଯାଇ ଥିଲା । ତେବେ ଆଗାମୀ ଦିନରେ ଉକ୍ତ ସ୍ଥାନରେ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରିବା ପାଇଁ ଇଲୋକ୍ଟ୍ର ହୋମିୟୋ ସଂଘ ତରଫରୁ ନିଷ୍ପତ୍ତି ନିଆଯାଇଛି ।