ମାଘମେଳା ନିମନ୍ତେ ନୀତି ନିର୍ଘଣ୍ଟ ସଵ କମିଟି ବୈଠକ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା);କୋଣାର୍କ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ପୁରୀ ଉପଜିଲ୍ଲାପାଳ ଭଵତରଣସାହୁ ଙ୍କ ଅଧ୍ୟକ୍ଷତାରେ ପବିତ୍ର ଚନ୍ଦ୍ରଭାଗା ର ପ୍ରସିଦ୍ଧ ମାଘ ସପ୍ତମୀ ବୁଡ ନିମନ୍ତେ ନୀତି ନିର୍ଘଣ୍ଟ ସମ୍ଵଧୀୟ ସବକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଧିପୁର ରଅଧିଷ୍ଠାତା ତ୍ରିବେଣୀ ଶ୍ବର, ସନ୍ଥପୁର ଗ୍ରାମ ର ଐଶାଣେଶ୍ଵର ଓ କୁରୁଜଂଗ ଗ୍ରାମ ର ଦକ୍ଷିଣେଶ୍ଵର ମହାଦେବ ନିଜ ନିଜର ପୀଠରୁ ୮ଟା୧୦ମିନିଟ ସମୟରେ ଵାହାରି ଵିମାନଵିଜେ କରି ଉଜ୍ବଳ ଆଲୋକ ସଜ୍ଜା ଓ ସଂସ୍କୃତିକ କାର୍ଯ୍ୟକ୍ରମ ର ତାଳେ ତାଳେ କୋଣାର୍କ ମେଡିକାଲ ଛକ ଠାରେ ପହଞ୍ଚିଵା ପାଇଁ ଆଜିକାର ବୈଠକରେ ଆଲୋଚନା କରାଯାଇଥିଲା। ପରେ ପରେରାତ୍ର ୧୦ଟା ରୁ ୧୦ଟା ୪୩ ମଧ୍ୟରେ ଏନ ଏ ସି ଅଫିସ୍ ପରିସରରେ ତିନି ଠାକୁର ଙ୍କ ଭୋଗ ଲାଗି,କାର୍ଯ ସଂପାଦନ ହେବା ପରେ କୋଣାର୍କ ରାଜସ୍ବ ନିରୀକ୍ଷକ କାର୍ଯାଳୟ ଓ ପୂର୍ତ ଵିଭାଗ ଅଫିସ ଠାରେ ଭୋଗ ଲାଗି ହେବାର କାର୍ଯ୍ୟକ୍ରମ ରହିଛି। ରାତି ୧୨ଟା ୩୦ମିନିଟ ସମୟରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା ଓ ରାତ୍ର ୨ଟା୩୦ମିନିଟସମୟ ରେ ତ୍ରିଶମ୍ଭୁ ଙ୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ରେ ପଦାର୍ପଣ ଓ ପୂଜାର୍ଚ୍ଚନା କରାଯିବାର ନୀତି ନିର୍ଦ୍ଧାରଣ କରାଯାଇଛି। ପରେପରେ ରାତି ୩ଟା୫୦ମିନିଟ ସମୟରେ ଶ୍ରଧାଳୁ ମାନଙ୍କ ଅଲଭ୍ଯ ସ୍ନାନ କରିଵା ପାଇଁ ଆଜିକାର ବୈଠକରେ ନିଷ୍ପତ୍ତି କରାଯାଇଛି। ଏହି ବୈଠକରେ ତୀର୍ଥ ପୁଷ୍କରିଣୀ ଖନନ କାର୍ଯ୍ୟ ତ୍ବରାନ୍ବିତ, ତିନିଠାକୁର ମାନଙ୍କ ଦାୟିତ୍ବ ରେ ଅଧିକାରୀ ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ, ତୀର୍ଥ ପୁଷ୍କରିଣୀ ପଡିଆ ସଫେଇ, ତିନିଠାକୁର ମାନଙ୍କ ମନ୍ଦିର ଚୂନ ଧ ଉଳା କାର୍ଯ୍ୟ ଆଦି କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରିବାକୁ ପୁରୀ ଉପଜିଲ୍ଲାପାଳ ଭବତରଣ ସାହୁ କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଏମ ଶ୍ରୀ ନିବାସ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ କାକଟପୁର ତହସିଲଦାର ରୋଜିନା ଦାଶ, ଗୋପ ତହସିଲଦାର ପୃଥିରାଜ ମଣ୍ଡଳ, ଗୋପ ବିଡିଓ ଦୀପ୍ତିରାଣୀ ଦାସ,ଡିଏସପି ପ୍ରଦୀପ୍ତ କୁମାର ଦଳାଇ, ଚନ୍ଦ୍ରଭାଗାମେରାଇନଥାନାଧିକାରନଳିିମା ପଟନାୟକ ଙ୍କସମେତ ତିନିଠାକୁର ଙ୍କ ସେଵାୟତ ଗଣମାଧ୍ୟମ ପ୍ରତିନିଧି ଓ କୋଣାର୍କ ଅଂଚଳ ର ସାମାଜିକ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଏହି ବୈଠକରେ ସମାଜସେବୀ ରାମକୃଷ୍ଣ ମହାନ୍ତି ଙ୍କ ନେତୃତ୍ୱରେ ୩୦୦ରୁ ଉର୍ଦ୍ଧ ସ୍ବେଛାସେବୀ ମୁତୟନ କରାଯାଇ ଟ୍ରାଫିକ୍ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁ ମାନଙ୍କ ସେଵା କାର୍ଯ୍ୟ ସୁଚାରୁ ରୂପେ ସଂପାଦନ କରିବା ପାଇଁ ସ୍ଥିର କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ