ମାଘସପ୍ତମୀ ମେଳା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ
କୋଣାର୍କ:(ଗଣେଶ ଚନ୍ଦ୍ର ବେହେରା) ବିଶ୍ୱ ପ୍ରସିଦ୍ଧ କୋଣାର୍କ ମାଘସପ୍ତମୀ ମେଳା ପାଇଁ ଆଜି କୋଣାର୍କ ଯାତ୍ରୀନିବାସ ଠାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁସାରେ ମାଘସପ୍ତମୀ ଉତ୍ସବରେ ଚନ୍ଦ୍ରଭାଗା ନିକଟସ୍ଥ ପୁଷ୍କରିଣୀ ରେ ଠାକୁରକଂ ସ୍ନାନ ପରେ ଉକ୍ତ ପୁଷ୍କରିଣୀ ରେ ବୁଡ଼ ପକାଇ ସୂର୍ଯ୍ୟ କୁଁ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ଏହି ମେଳାରେ ସାରା ଭାରତବର୍ଷର କୋଣାଅନୁକୋଣରୁ ରୁ ଲକ୍ଷ ଲକ୍ଷ ଭକ୍ତଙ୍କର ଆଗମନ ହୋଇଥାଏ । ମେଳାକୁ କିପରି ଶାନ୍ତି ଶୃଙ୍ଖଳା ସହ ସମାପନ କରିବାକୁ ଆଜି ବୈଠକରେ ଆଲୋଚନା ହୋଇଥିଲା ।ଏହି ବୈଠକରେ ପୁରୀ ଏ ଡି ଏମ ବିନୟ କୁମାର ଦାସ ସଭାପତିତ୍ୱ କରି କିପରି ଭାବରେ ଏହି ଉତ୍ସବ ଶାନ୍ତି ଶୃଙ୍ଖଳା ସହ ସମାପନ ହେବ ସେନେଇ ସମସ୍ତ ବୁଦ୍ଧିଜୀବି , ଗଣମାଧ୍ୟପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଆଡିସିନାଲ ଏସ୍ ପି ଅରୁଣ କୁମାର ଜେନା, ଡି ଏଫ ଓ ହର୍ଷବର୍ଦ୍ଧନ ହୋତା ,କୋଣାର୍କ ଏନ ଏ ସି ଏକ୍ସଯୁଟୋ ଅଫିସରେ ଏସ୍ ଶ୍ରୀନିବାସ ଓ ଗୋପ, ଅସ୍ତରଙ୍ଗ ଓ କାକଟପୁର ବିଡ଼ିଓ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ।


