ମାଙ୍କଡ କାମୁଡାରେ ୨ଗୁରୁତର

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ଗୋଟିଏ ଦନ୍ତା ମାଙ୍କଡ ଆକ୍ରମଣରେ ୨ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୬ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଜଗନ୍ନାଥପୁର ଗ୍ରାମରେ ଏକ ଦନ୍ତା ମାଙ୍କଡ ଗତ ୪ଦିନ ମଧ୍ୟରେ ୮ଜଣଙ୍କୁ ଆକ୍ରମଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ ଚିକିତ୍ସିତ ହୋଇ ଘରକୁ ଫରେିଥିବା ବେଳେ ସେହି ଗ୍ରାମର ରାଜକିଶୋର ମହାନ୍ତି (୭୦)ଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଗନ୍ନାଥପୁର କଦମ୍ବମୂଳ ଗ୍ରାମର ତ୍ରିଲୋଚନ ମହାନ୍ତି (୫୭) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅଛନ୍ତି । ସେହି ପାଗଳା ଦନ୍ତା ମାଙ୍କଡ ଦାଉରେ ଜଗନ୍ନାଥପୁର ଗ୍ରାମରେ ଲୋକମାନେ ଚଳପ୍ରଚଳ ହୋଇପାରୁନାହାନ୍ତି । ତେଣୁ ଗ୍ରାମବାସୀମାନେ ମଙ୍ଗଳବାର ଜିଲ୍ଲାପାଳ ପ୍ରେମ ଚନ୍ଦ୍ର ଚୈାଧୁରୀଙ୍କୁ ଭେଟି ବନ ବିଭାଗ ଦ୍ୱାରା ସେହି ପାଗଳ ମାଙ୍କଡକୁ ତୁରନ୍ତ ଧରାଯିବା ନିମନ୍ତେ ଦା ବି କରିଛନ୍ତି । ଜିଲ୍ଲାପାଳ ବନ ବିଭାଗକୁ ଆବଶ୍ୟକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ