ମାଙ୍କଡ଼ର ବୁଦ୍ଧିମତ୍ତା

ଏକ ମାଙ୍କଡ଼ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ ଦେଖିବାକୁ ମିଳୁଛି ଯେ ଏକ ମାଙ୍କଡ଼ କଳ ଖାଲି ପାଣି ପିଉଛି । ପାଣି ପିଇବା ପରେ ମାଙ୍କଡ଼ଟି କଳକୁ ବନ୍ଦ କରି ସେଠାରୁ ଚାଲିଯାଉଛି । ମାଙ୍କଡ଼ର ଏଭଳି କାମ ପାଇଁ ସୋସିଆଲ ମିଡିଆରେ ତାକୁ ଖୁବ୍ ପ୍ରଶଂସା କରିଛନ୍ତି । ମାଙ୍କଡ଼ ଦ୍ୱାରା ପାଣିକୁ ବଞ୍ଚାଇବାର ଏହି ଛାଟ ପ୍ରୟାସ ଲୋକମାନଙ୍କୁ ବେଶ ପ୍ରଭାବିତ କରିଛି । ଏହି ଭିଡିଓକୁ ବାସ୍ତବରେ ଟିକ୍ଟକ୍ରେ ସେୟାର କରାଯାଇଛି । ଟୁଇଟରରେ ଏହି ଭିଡିଓକୁ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଡକ୍ଟର ଏସୱାଇ କ୍ୟୁରେସି ସେୟାର କରିଛନ୍ତି । ୧୧ସେକେଣ୍ଡର ଏହି କ୍ଲିପ୍ ସହିତ ସେ କ୍ୟାପସନ୍ ଲେଖିଛନ୍ତି, “ମନୁଷ୍ୟକୁ ଦିଆଯାଇଥିବା ଏକ ସୁନ୍ଦର ବାର୍ତ୍ତା’ । ଏହାକୁ ଏଯାବତ ୫ଲକ୍ଷ ଲୋକ ଦେଖି ସାରିଲେଣି । କିଛି ଲୋକେ କମେଣ୍ଟ କରି ମାଙ୍କଡ଼ର ପ୍ରଶଂସା ବି କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ